25.1 C
Bhubaneswar
Tuesday, February 3, 2026
Homeଓଡିଶାକେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ: ନବୀନ

କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ: ନବୀନ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହେବା ଲକ୍ଷ୍ୟ ଲକ୍ଷ୍ୟ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବେ । କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳିବେ , ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା , ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି ବୋଲି ନବୀନ ନିଜର ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି। ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି  ସେପଟେ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ସରକାରଙ୍କ ଅପାରଗତା ଦିନକୁ ଦିନ ପ୍ରମାଣିତ ହେଉଛି। ସରକାର ଚାକିରି ଆଶାୟୀଙ୍କ ସହ ଏପରି ଖେଳ ନ ଖେଳନ୍ତୁ । ଆଗକୁ ଏହା ଆନ୍ଦୋଳନର ରୂପ ନେବ ।  ଛାତ୍ରଛାତ୍ରୀ ତାତିଲେ ସରକାର ବି କିଛି କରିପାରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking