18.1 C
Bhubaneswar
Wednesday, February 4, 2026
Homeଓଡିଶାଏମ୍‌ସ ଭୁବନେଶ୍ୱରକୁ ୩.୪ କୋଟି ଦାନ କଲେ ପ୍ରଫେସର ଲକ୍ଷ୍ମୀ ବାଈ

ଏମ୍‌ସ ଭୁବନେଶ୍ୱରକୁ ୩.୪ କୋଟି ଦାନ କଲେ ପ୍ରଫେସର ଲକ୍ଷ୍ମୀ ବାଈ

ଭୁବନେଶ୍ୱର: ପ୍ରସିଦ୍ଧ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀ ବାଈ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ସ୍ୱ-ଅର୍ଜିତ ସଞ୍ଚୟରୁ ୩.୪ କୋଟି ଟଙ୍କା ଏମ୍‌ସ ଭୁବନେଶ୍ୱରକୁ ଦାନ କରିଛନ୍ତି। ସମଗ୍ର ଏମ୍‌ସ ପରିବାର ଏବଂ ଓଡ଼ିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ମହାନ କାର୍ଯ୍ୟ ପାଇଁ ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି। ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କ ଅସାଧାରଣ ଆଗ୍ରହ କେବଳ ଏକ ଆଶୀର୍ବାଦ ନୁହେଁ ବରଂ ଉଚ୍ଚମାନର ରୋଗୀ ସେବା, ଚିକିତ୍ସା ଶିକ୍ଷା ଏବଂ ଉନ୍ନତ ଗବେଷଣାରେ ଏମ୍‌ସ ଭୁବନେଶ୍ୱରର ନିରନ୍ତର ପ୍ରୟାସର ଏକ ଶକ୍ତିଶାଳୀ ସ୍ୱୀକୃତି ବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି। ପ୍ରଫେସର ଲକ୍ଷ୍ମୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରାଶିକୁ ଏମ୍‌ସ ପକ୍ଷରୁ ଏକ କର୍ପସ ପାଣ୍ଠି ଭାବରେ ପ୍ରତିଷ୍ଠା କରାଯିବ। ଏହା ସହାୟତାରେ ସ୍ତ୍ରୀ ରୋଗ ସମ୍ବନ୍ଧୀୟ କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଗବେଷଣା କରିବ ଏମ୍‌ସ। ଅସହାୟ ଏବଂ ଗରିବ ଲୋକଙ୍କୁ ସାମଗ୍ରୀକ କର୍କଟ ସେବା ପ୍ରଦାନ, ପ୍ରତିରୋଧକ ଅଙ୍କୋଲୋଜି ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ଏହା ବ୍ୟବହାର କରାଯିବ। କର୍ପସର ସର୍ବୋତ୍ତମ ଏବଂ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ କରିବା ପାଇଁ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ପର୍ଯ୍ୟବେକ୍ଷକ କମିଟି ଗଠନ କରାଯାଇଛି। ଆଜି ପ୍ରଫେସର କେ. ଲକ୍ଷ୍ମୀଙ୍କର ଆଜି ଥିଲା ଶହେତମ ଜନ୍ମବାର୍ଷିକୀ। ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ତଥା ଅଫିସିଏଟିଂ କାର୍ଯ୍ୟନିର୍ବାହୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ନେତୃତ୍ୱରେ ଏଫ୍‌ଏମଟି ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି, ସ୍ତ୍ରୀରୋଗ ବିଭାଗୀୟ ମୁଖ୍ୟ ଡ. ସୌଭାଗ୍ୟ କୁମାର ଜେନା, ଡ. ପୃଥ୍ୱୀରାଜ ସେଠୀ, ଦିବ୍ୟରଞ୍ଜନ ପଟ୍ଟନାୟକ ଏବଂ କମଳ କିଶୋର ମହାପାତ୍ର ପ୍ରମୁଖ ତାଙ୍କ ବ୍ରହ୍ମପୁର ଭାବନଗରସ୍ଥିତ ବାସଭବନରେ ପ୍ରଫେସର ଲକ୍ଷ୍ମୀ ବାଈଙ୍କୁ କୃତଜ୍ଞତା ପ୍ରଦାନପୂର୍ବକ ୧୦୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking