14.1 C
Bhubaneswar
Tuesday, January 13, 2026
Homeଓଡିଶାଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ଯୋଡ଼ା: କେନ୍ଦୁଝର ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ୫୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ତହସିଲ ଅଧୀନରେ ଶୁକ୍ରବାର ଦୁଇଟି ପୃଥକ ଦୁର୍ଘଟଣାରେ ମୋଟ ୪ଜଣଙ୍କ ଜବୀନ ଯାଇଛି। ବାଇକ ଉପରେ ଏକ ହାଇୱା ଚଢ଼ିଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଘଟଣାରେ ବାଇକ ଉପରେ ଟ୍ରେଲର ଚଢ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଯେ ଗୁଆଲିଗୁଡ଼ାସାହି ଅଞ୍ଚଳର ଧ୍ରୁବ ଚରଣ ନାଏକ ଶୁକ୍ରବାର ସନ୍ଧ୍ୟା ୬.୪୫ ପାଖାପାଖି ରୁଗୁଡି ଥାନା ଅନ୍ତର୍ଗତ ଗନ୍ଧଲପଦା ନିକଟରେ କୋଇଡାରୁ ନିଜ ଜନ୍ମ ଦିନ ପାଇଁ କେକ କିଣି ବାଇକରେ ଘରକୁ ଫେରୁଥିବା ବେଳେ ଏକ ହାଇୱା ବାଇକ ଉପରେ ଚଢ଼ିଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟ ହୋଇଥିଲା। ସେହିପରି ବାଇକ୍‌ରେ ୩ ଜଣ ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ୬.୫୦ରେ ଯୋଡ଼ା ଥାନା ଅନ୍ତର୍ଗତ କଳାପାହାଡ଼ନିକଟରେ ଏକ ଟ୍ରେଲର ସେମାନଙ୍କ ବାଇକ୍ ଉପରେ ଚଢ଼ି ଚମ୍ପଟ୍ ମାରିଥିଲା। ତେବେ ଏହି ଦୁର୍ଘଟଣାରେ ସମ୍ପୃକ୍ତ ୩ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଯୋଡ଼ା ୧ ନମ୍ବର ୱାର୍ଡସ୍ଥିତ ତାରିଣୀ ହୋଟିଂର ଶଙ୍କର ବାହାଦୂର(୪୫), ଟୁନୁ ପାତ୍ର (୩୫) ଓ ରାଜଦେବ ସିଂ(୩୫)। ଯୋଡ଼ା ପୁଲିସ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଟାଟା ମେଡିକାଲକୁ ପଠଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking