27.1 C
Bhubaneswar
Wednesday, February 4, 2026
Homeଅପରାଧମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ; ଆଇନ ଜାଲରେ ଫସିଲେ ଜେଲ୍ ୱାର୍ଡର

ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ; ଆଇନ ଜାଲରେ ଫସିଲେ ଜେଲ୍ ୱାର୍ଡର

ଢେଙ୍କାନାଳ: ପ୍ରଥମ ପତ୍ନୀ ଥାଉ ଥାଉ ପୁଣି ଅନ୍ୟ ଜଣଙ୍କୁ ପ୍ରେମ ବିବାହ। ନିଜ ପତ୍ନୀର ପରିଚୟ ଦେଇ ସରକାରୀ କ୍ୱାର୍ଟରରେ ମଧ୍ୟ ଦ୍ୱିତୀୟ ପତ୍ନୀଙ୍କୁ ରଖିଥିଲେ। ଜଣେ ସରକାରୀ କର୍ମଚାରୀ ହୋଇ ସରକାରଙ୍କୁ ଠକି ଚାଲିଥିବାବେଳେ ଆଇନ ଜାଲରେ ଫସିଛନ୍ତି ଏହି ସରକାରୀ କର୍ମଚାରୀ। ତାଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଜାମିନ ଖାରଜ ଯୋଗୁଁ ଝାରପଡା ଜେଲକୁ ଯାଇଛନ୍ତି। ଗିରଫ ଏହି ସରକାରୀ କର୍ମଚାରୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପ କାରଗାରର ୱାର୍ଡର ବିଜୟ କୁମାର ରାଉତ ବୋଲି ଜଣାପଡିଛି। ବିଜୟଙ୍କ ଘର ଆଠଗଡ଼ ଥାନା ଅନ୍ତର୍ଗତ ସାମ୍‌ସେରପୁର ଗ୍ରାମରେ। ବୈଦିକ ରୀତିରେ ବିଜୟ ପ୍ରଥମ ବିବାହ କରିସାରିଥିଲେ। ମାତ୍ର ଅନ୍ୟ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ପରେ ତାଙ୍କୁ ଲୁଚି ଛପି ବିବାହ କରିଥିଲେ। ଏପରିକି ନିଜ ପ୍ରଥମ ପତ୍ନୀ ଥାଉ ଥାଉ ବିଜୟ ଦ୍ୱିତୀୟ ପତ୍ନୀ ପରିଚୟ ଦେଇ ହିନ୍ଦୋଳ ଉପ କାରାଗାର ସରକାରୀ କ୍ୱାର୍ଟରରେ ନେଇ ରଖିଥିଲେ। ତେବେ ପ୍ରଥମ ପତ୍ନୀ ନ୍ୟାୟ ପାଇଁ ଏ ସମ୍ପର୍କରେ ଖୋର୍ଦ୍ଧା ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ବିଜୟ ଗତ ୬.୬.୨୦୨୪ରୁ କେଉଁ ଆଡେ ଫେରାର ହୋଇଯାଇଥିଲେ। ତେବେ କୋର୍ଟ ଜାମିନ୍ ବିହୀନ ପରୱାନା ଜାରି କରିଥିବାରୁ ପୁଲିସ ତାଙ୍କୁ ଖୋଜୁଥିଲା। ତେବେ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅଞ୍ଚଳରେ ବିଜୟଙ୍କୁ ପୁଲିସ କାବୁ କରିଛି । ପରେ ଖୋର୍ଦ୍ଧା ଫ୍ୟାମିଲି କୋର୍ଟକୁ ଚାଲାଣ ପରେ ଜାମିନ୍ ନାକଚ ହେବାରୁ ବିଜୟଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking