ନୂଆଦିଲ୍ଲୀ: ୨୨୦୨୬ ଶିଖର ସମ୍ମିଳନୀ ପାଇଁ ମୋଦିଙ୍କୁ ପୁଟିନଙ୍କ ନିମନ୍ତ୍ରଣ । ମିଳିତ ଘୋଷଣାନାମା ପରେ ମୋଦିଙ୍କୁ ନିମନ୍ତ୍ରଣ କଲେ ପୁଟିନ । ରୁଷିଆ ଗସ୍ତ କରିବା ପାଇଁ ବିଧିବଦ୍ଧ ନିମନ୍ତ୍ରଣ କଲେ । ସୂଚନାଥାଉକି, ଦୁଇ ଦିନିଆ ଭାରତ ଗସ୍ତରେ ଆସି ପୁଟିନ ୨୩ତମ ଶିଖର ସମ୍ମିଳନୀ ପରେ ପୁଟିନ କହିଛନ୍ତି,ଜାତୀୟ ମୁଦ୍ରାରେ ନେଣଦେଣ ପାଇଁ ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ପୁଟିନ । ଭାରତୀୟ ଅର୍ଥନୀତି ପାଇଁ ନିରବିଚ୍ଛିନ୍ନ ଇନ୍ଧନ ଯୋଗାଣ ଜାରି ରଖିବୁ । ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡକୁ ଯାଉଛି ଉଭୟ ଦେଶ । ବାଣିଜ୍ୟିକ ନେଣଦେଣ ବର୍ତ୍ତମାନ ପ୍ରାୟ ୯୬ ପ୍ରତିଶତ ହୋଇସାରିଛି । ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ୧୨% ବୃଦ୍ଧି ପାଇ ନୂଆ ରେକର୍ଡ କରିଛି । ଆହୁରି କହିଛନ୍ତି, ୨୦୩୦ ଯାଏଁ ରୋଡମ୍ୟାପ ପ୍ରସ୍ତୁତ କରିଛୁ । ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବଢିବ । ତୈଳ ରପ୍ତାନୀ ନେଇ ପୁଟିନ କହିଛନ୍ତି, ଭାରତକୁ ତୈଳ ରପ୍ତାନୀ ଜାରି ରହିବ ।










