16.1 C
Bhubaneswar
Thursday, February 5, 2026
Homeଓଡିଶାଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦେବଗଡ: ଦେବଗଡ ଜିଲ୍ଲା ରିଆମାଳରେ ପୁଣି ହାତୀ- ମଣିଷ ଲଢେଇ । ଫଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ମହିଳାଙ୍କ ଗୁରୁତର ଅଛନ୍ତି । ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜୁରାଡଙ୍ଗା ଗ୍ରାମରେ ପୃଥକ ପୃଥକ ଦୁଇଟି ସ୍ଥାନରେ ଦନ୍ତା ହାତୀ ଆକ୍ରମଣରେ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହୁରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀପ ବେହେରାଙ୍କ ସ୍ତ୍ରୀ ରଞ୍ଜିତା ବେହେରା ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଭୋର ସକାଳ ୬ଟା ୩୦ ମିନିଟ୍ ରେ କୁହୁଡ଼ି ପଡ଼ିଥିଲା। ପ୍ରଥମେ ରଞ୍ଜିତା ଘର ଠାରୁ ୫୦ ମିଟର ଦୂରରେ ଥିବା ପଡ଼ିଆକୁ ଶୌଚ କରିବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ କରିଥିଲା। ମାତ୍ର ନିକଟରେ ଥିବା ଜନସାଧାରଣ ହାତୀକୁ ଘଉଡ଼ାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରିଥିଲେ। ଦନ୍ତାଟି ସେହି ସ୍ଥାନର କିଛି ଦୂର ଗଲା ପରେ କୁଞ୍ଜ ନିଜ ଘର ଠାରୁ ୪୦୦ ମିଟର ଦୂରରେ ଥିବା ପଡ଼ିଆକୁ ଶୌଚ କରିବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଦୁଇଟି ଘଟଣା ପାଇଁ ଅଞ୍ଚଳରେ ଉତ୍ତେଜନା ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking