21.1 C
Bhubaneswar
Wednesday, February 4, 2026
Homeଓଡିଶାନିରାପତ୍ତା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା” ବୈଷୟିକ ପ୍ରଶିକ୍ଷଣ

ନିରାପତ୍ତା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା” ବୈଷୟିକ ପ୍ରଶିକ୍ଷଣ

ଭୁବନେଶ୍ୱର:  ରାଜ୍ୟରେ କାରଖାନାମାନଙ୍କରେ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଓ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସୁଥିବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ନିରାପତ୍ତା ଅଧିକାରୀମାନଙ୍କ ପାଇଁ ବିଭିନ୍ନ ସୁରକ୍ଷା ବିଷୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି, ଯାହା ଦୁର୍ଘଟନା ପ୍ରତିରୋଧ ଉଦ୍ୟମକୁ ସୁଦୃଢ କରୁଛି। ସେହି କ୍ରମରେ ତା. ୦୩.୧୨.୨୦୨୫ରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ଆନୁକୂଲ୍ୟରେ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଏକଦିନିଆ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା—କାର୍ଯ୍ୟସ୍ଥଳରେ ବିପଦ ସନ୍ଧାନ, ସୁରକ୍ଷିତ ବ୍ୟବହାର ଏବଂ ଦୁର୍ଘଟନା ପ୍ରତିରୋଧରେ ନିରାପତ୍ତା ଅଧିକାରୀଙ୍କ ସକ୍ରିୟ ଭୂମିକାକୁ ଶକ୍ତିଶାଳୀ କରିବା।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ତାଙ୍କ ଉଦବୋଧନରେ କହିଲେ ଯେ ରାଜ୍ୟର ସର୍ବୋତ୍ତମ କାର୍ଯ୍ୟାଳୟ ମାନଙ୍କର ସୁରକ୍ଷା ମାନଦଣ୍ଡ ଏକ ଉଦାହରଣ ସୃଷ୍ଟି କରିଛି। ନିରାପତ୍ତା ଅଧିକାରୀମାନେ ଏହି ଉଦାହରଣକୁ ଅନୁସରଣ କରି ନିଜ କାର୍ଯ୍ୟାଳୟକୁ ଅଧିକ ସୁରକ୍ଷିତ, ସଫଳ ଓ ପ୍ରଭାବଶାଳୀ ଭାବରେ ପରିଚାଳନା କରିପାରିବେ।” କର୍ମଶାଳାର ସଂଯୋଜକ ତଥା ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ କହିଲେ ଯେ ନିରାପତ୍ତା ଅଧିକାରୀମାନଙ୍କ ପ୍ରଶିକ୍ଷଣ ହେଉଛି ଶ୍ରମିକମାନଙ୍କୁ ସଚେତନ ଓ ସୁରକ୍ଷିତ କାର୍ଯ୍ୟପ୍ରଣାଳୀ ଗ୍ରହଣରେ ସମର୍ଥ କରିବାର ଏକ ମୂଲ୍ୟବାନ ପଦକ୍ଷେପ, ଯାହା ଦୁର୍ଘଟନା ହ୍ରାସରେ ଅପାର ସାହାଯ୍ୟକାରୀ। କର୍ମଶାଳା ଶେଷରେ ତାଲିମ ସମାପ୍ତ କରିଥିବା ୫୦ ଜଣ ସ୍ବୀକୃତିପ୍ରାପ୍ତ ନିରାପତ୍ତା ଅଧିକାରୀଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking