25.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଶ୍ରୀମନ୍ଦିର ଉପରେ ବିବାଦୀୟ ଟିପ୍ପଣୀ; କ୍ଷମା ମାଗିଲେ ୟୁଟ୍ୟୁବର ଶୁଭଙ୍କର ମିଶ୍ର

ଶ୍ରୀମନ୍ଦିର ଉପରେ ବିବାଦୀୟ ଟିପ୍ପଣୀ; କ୍ଷମା ମାଗିଲେ ୟୁଟ୍ୟୁବର ଶୁଭଙ୍କର ମିଶ୍ର

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ସେ ନିଜ ଭୁଲ୍ ସ୍ୱୀକାର କରିବା ସହ ଓଡ଼ିଶାବାସୀ ତଥା ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଶୁଭଙ୍କର କହିଛନ୍ତି ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଉକ୍ତ ବିବାଦୀୟ ପଡ୍‌କାଷ୍ଟ ଭିଡିଓକୁ ହଟାଇଛନ୍ତି। ସେ ନିଜ ମନ୍ତବ୍ୟ ପାଇଁ ଅନୁତପ୍ତ, ଓଡ଼ିଶାବାସୀ ତାଙ୍କୁ ଦେଇଥିବା ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ପାଇଁ ସେ ସଦାସର୍ବଦା ଓଡ଼ିଶାବାସୀଙ୍କ ପାଇଁ କୃତଜ୍ଞ ରହିବେ ବୋଲି କହିଛନ୍ତି। ପ୍ରକାଶ ଶୁଭଙ୍କର ଶ୍ରୀମନ୍ଦିର ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ତୀବ୍ରତର ହେବାରୁ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ମହଲରେ ଦାବି ହେବା ପରେ ସେ ଭୁଲ୍ ମାଗିଛନ୍ତି।

ସୂଚନାଯୋଗ୍ୟ, ଶୁଭଙ୍କର ନିଜର ଏକ ପଡକାଷ୍ଟରେ କହିଥିଲେ ଯେ, ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ। କୌଣସି ପ୍ରେମୀ ଯୁଗଳ ଭୁଲରେ ବି ଶ୍ରୀମନ୍ଦିରକୁ ଯିବା ଉଚିତ୍ ନୁହେଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ ପାଇଁ ମା’ ରାଧାରାଣୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେ ମନ୍ଦିର ଭିତରକୁ ଯିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ଯାହାକୁ ନେଇ ମା’ ରାଧାରାଣୀ ରାଗିଯାଇ ଅଭିଶାପ ଦେଇଥିଲେ। କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବ ନାହିଁ ବୋଲି ମା’ ଅଭିଶାପ ଦେଇ ସେଠାରୁ ଚାଲିଯାଇଥିଲେ। ଶୁଭଙ୍କରଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ରାଜ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା। ପରେ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ଜୋର ଧରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking