25.1 C
Bhubaneswar
Tuesday, March 17, 2026
Homeଦେଶ ବିଦେଶଅପରେସନ ସିନ୍ଦୂର ଏବେ ବି ଜାରି ରହିଛି-ନୌସେନା ମୁଖ୍ୟଙ୍କ ଏପରି ବୟାନ ପରେ ଭୟଭୀତ ପାକିସ୍ତାନ

ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି-ନୌସେନା ମୁଖ୍ୟଙ୍କ ଏପରି ବୟାନ ପରେ ଭୟଭୀତ ପାକିସ୍ତାନ

ଥିରୁବନନ୍ତପୁରମ: ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି । ଆଜି ଏମିତି ଏକ ବୟାନ ଜାରି କରି ପାକିସ୍ତାନର ନିଦ ହଜାଇ ଦେଇଛନ୍ତି ନୌସେନା ମୁଖ୍ୟ ଏଡମିରାଲ ଦିନେଶ କେ ତ୍ରିପାଠୀ । କେରଳ ରାଜଧାନୀ ଥିରୁବନନ୍ତପୁରମଠାରେ ନାଭି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ମନ୍ତବ୍ୟ ଦେଇଛନ୍ତି ନୌସେନା ମୁଖ୍ୟ । ଅବଶ୍ୟ ତାଙ୍କର ଏହି ବୟାନକୁ ନେଇ ଆଉ କିଛି କହି ନ ଥିଲେ । ତେବେ ତାଙ୍କର ଏହି ଟିପ୍ପଣୀ ପାକିସ୍ତାନରେ ଆତଙ୍କ ଖେଳାଇ ଦେଇଛି । ଆଜି ନୌସେନା ଦିବସ । ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, ଅପରେସନ ସିନ୍ଦୂର ସମୟରେ ଭାରତାୟ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ପାକ ନୌସେନା ତାର ବନ୍ଦର ନିକଟରେ ରହିବାକୁ ବାଧ୍ୟ ହୋଇଥିଲେ । ଭାରତିୟ ନୌସେନା ପୁରା ପ୍ରସ୍ତୁତ ଥିଲେ । କେବଳମାତ୍ର ଗୋଟିଏ ଆଦେଶକୁ ଅପେକ୍ଷା କରିଥିଲା ସେନା । ଆଡମିରାଲ ତ୍ରିପାଠୀ ବାର୍ଷିକ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ, ପାକିସ୍ତାନ ସହ ଉତ୍ତେଜନମୂଳକ ସଂପର୍କକୁ ଦୃଷ୍ଟିରେ ରଖି ଗତ 8 ମାସ ହେବ ଆମର ନୌସେନା ପଶ୍ଚିମ ଆରବ ସାଗର ସହିତ ଅନ୍ୟ ସ୍ଥାନରେ ନିଜ ଜାହାଜ, ବୁଡା ଜାହାଜ ଉପରେ କଡା ନଜର ରଖିଛି ।

ଅପରେସନ ସିନ୍ଦୂର ସମୟରେ ଯାହା କିଛି ହୋଇଥିଲା ସେ ବିଷୟରେ ସୂଚନା ଦେଇ ଆଡମିରାଲ ତ୍ରିପାଠା କହିଥିଲେ, ଅପରେସନ ସିନ୍ଦୂର ସମୟରେ ବିମାନଚାଳିତ ପୋତ ମୁତୟନ ସହ ଭାରତର ଆକ୍ରମକ ରୂପ ତଥା ତୁରନ୍ତ କାର୍ଯାନୁଷ୍ଠାନ ପାକିସ୍ତାନୀ ନୌସେନାକୁ ତାର ବନ୍ଦର ନିକଟରେ ରହିବାକୁ ଏକ ପ୍ରକାର ବାଧ୍ୟ କରିଥିଲା । ସେ ଆହୁରି କହିଥିଲେ, ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଆମେ କ୍ୟାରିଅର ବ୍ୟାଟଲଗ୍ରୁପ ଆଇଏନଏସ ବକ୍ରାନ୍ତ ସମେତ ଅନ୍ୟାନ୍ୟ ଯୁଦ୍ଧପୋତ ମୁତୟନ କରିଥିଲୁ । ଭାରତ ଆକ୍ରମଣାତ୍ମକ ମୋଡରେ ଥିଲା । ସେଥିପାଇଁ ପାକିସ୍ତାନ ଇଚ୍ଛା କରି ବି ନିଜ ସେନାକୁ କରାଚି ବନ୍ଦରରୁ ବାହାରକୁ ଆଣି ପାରି ନ ଥିଲା । ସେ କହିଥିଲେ, ଅପରେଶନ ଏବେ ବି ଜାରି ରହିଛି । ଆମର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ କାରଣରୁ ପାକିସ୍ତାନକୁ ବହୁତ ବଡ ଆର୍ଥିକ କ୍ଷତି ସହିବାକୁ ପଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking