ଭୁବନେଶ୍ୱର: ବନ୍ୟପ୍ରାଣୀ ଓ ମଣିଷ ଲଢେଇ ମଧ୍ୟରେ ୧୩୯୬ ଜଣଙ୍କ ମୃତ୍ୟୁ ହୋଇଛି । ୧୦ ବର୍ଷରେ ମଲେଣି ୧୩୯୬ ଲୋକ । ୬୧୭୪. ୬୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି ସରକାର । ଲଢେଇରେ ୫୬୦୯ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ରୋକିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନେଉଛି ପଦକ୍ଷେପ । ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା, ବୃକ୍ଷରୋପଣ, ଚାରଣ ଭୂମିର ହେଉଛି ବିକାଶ । ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ ଉପରେ ଦିଆଯାଉଛି ଗୁରୁତ୍ୱ ।










