ଭୁବନେଶ୍ୱର: ତାମିଲନାଡୁର ୧୭ ଠିକାଦାରଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଦିଆଯାଇଛି । ଏନେଇ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୨୫ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୬୬ ପ୍ରକଳ୍ପର ୯୦ ପ୍ରତିଶତ କାମ ଶେଷ ହୋଇଛି । ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ତାମିଲନାଡୁର ୧୭ ଠିକାଦାରଙ୍କୁ ଦିଆଯାଇଛି । ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ପ୍ରକଳ୍ପ ଘୋଷଣା କରିଥିଲେ । ହେଲେ କାମ ଆରମ୍ଭ ନହେଉଣୁ ଠିକାଦାରଙ୍କୁ ଆଗୁଆ ପେମେଣ୍ଟ ଦିଆଯାଇଛି । ଭିଜିଲାନ୍ସ ତଦନ୍ତ ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ।










