ଭୁବନେଶ୍ୱର: କାରରେ କଳା ରଙ୍ଗର ଫିଲ୍ମ ଲଗା ଇଲେ ହେଉଛି କାର୍ଯ୍ୟାନୁଷ୍ଠାନ । ୨୧୪ ଜଣ କାର ମାଲିକଙ୍କ ବିରୁଦ୍ଧରେ ହୋଇଛି ଇ- ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୬୨ଟି ଗାଡି । ୨୦ଟି ଗାଡି ମାଲିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ଏନେଇ ଗୃହରେ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଅନ୍ୱେଷା ଯୋଜନା ବନ୍ଦ କରିବା ଷଡଯନ୍ତ୍ର ଉପରେ ଗୃହର କଂଗ୍ରେସ ମୁଲତବି ପ୍ରସ୍ତାବ ଆଣିପାରେ ।ଆଜି ସରଗରମ ହୋଇପାରେ ବିଧାନସଭା ।










