22.1 C
Bhubaneswar
Friday, December 5, 2025
Homeଓଡିଶାରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଧାନକିଣା ପ୍ରକ୍ରିୟା

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଧାନକିଣା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଧାନକିଣା ପ୍ରକ୍ରିୟା । ଧାନ କିଣା ପାଇଁ ରାଜ୍ୟ ଯୋଗାଣ ନିଗମ ସହ କଷ୍ଟମ ମିଲର୍ସର ବୁଝାମଣା ପତ୍ର ସ୍ୱାକ୍ଷର  ପରେ  ଆଜିଠୁ ଧାନ ସଂଗ୍ରହ ନିମନ୍ତେ ପ୍ରକ୍ରିୟା  ଆରମ୍ଭ ହେବ । ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରିବା ସହ  ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଉପରେ  ସରକାର ପଦକ୍ଷେପ ନେଇଛନ୍ତି । ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ  ଜିଲ୍ଲା ମିଲର ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି ।  ଗତକାଲି ଲକସେବା ଭବନରେ ବସିଥିବା ବୌଠକରେ   ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି  ଧାନ ସଂଗ୍ରହ ଉପରେ  ବିସ୍ତୃତ ଆଲୋଚନା ହୋଇଥିଲା  । ଏହି ଅବସରରେ ମିଲର ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ  ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା  ା ଏହି ଦାବିଗୁଡିକୁ ବିଚାରକୁ ନେଇ ଖୁବଶୀଘ୍ର  ସମାଧାନ କରାଯିବ ବୋଲି  ମନ୍ତ୍ରୀଙ୍କ କହିବା ପରେ  ଧାନ କିଣାରେ ସହଯୋଗରେ ମିଲର୍ସମାନେ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking