ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ୍ ଘଟଣାରେ ରିମାଣ୍ଡରେ ଗଲା ଅରବିନ୍ଦ ଦାସ । ୨ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ମିଳିଛି ଅନୁମତି । ୩ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ସିବିଆଇ । ୩ ଦିନ ବଦଳରେ ୨ ଦିନ ଅନୁମତି ଦେଲେ କୋର୍ଟ । ପୂର୍ବରୁ ୪ ଜଣଙ୍କୁ ନେଇ ପଚରାଉଚରା କରିଛି ସିବିଆଇ ।










