17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଭଡା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭଡା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଏକ ଭଡା ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କୁ ଆଲିଗଡ ଜିଲ୍ଲାର ରୋରାୱାର ପୋଲିସ ଷ୍ଟେସନରେ ନିୟୋଜିତ କନେଷ୍ଟବଳ ହେମଲତା(୨୮) ବୋଲି ଚିହ୍ନଟ କରାଯାଇଛି। ସୂଚନାରୁ ପ୍ରକାଶ, ମହିଳା କନଷ୍ଟେବଳ ହେମଲତାଙ୍କ ମୃତଦେହ ବନ୍ନା ଦେବୀ ଅଞ୍ଚଳରେ ତାଙ୍କ ଭଡା ଘରୁ ଉଦ୍ଧାର କରାଯାଇଛି। ଶନିବାର ଅପରାହ୍ନରେ ପୋଲିସ କନେଷ୍ଟବଳ ହେମଲତାଙ୍କ ଜଣେ ବନ୍ଧୁ ତାଙ୍କ ଘରକୁ ଯିବା ସମୟରେ ସେ ତାଙ୍କ ମୃତଦେହ କୋଠରୀରେ ରଶିରେ ଝୁଲୁଥିବା ଦେଖିଥିଲେ। ଏହା ପରେ ସେ ତୁରନ୍ତ ବନ୍ନା ଦେବୀ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ। ସୂଚନା ପାଇବା ପରେ, ଏକ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking