23.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସାଉଥ୍ ଆଫ୍ରିକାକୁ ନାଲି ଆଖି ଦେଖାଇଲେ ଟ୍ରମ୍ପ୍‌

ସାଉଥ୍ ଆଫ୍ରିକାକୁ ନାଲି ଆଖି ଦେଖାଇଲେ ଟ୍ରମ୍ପ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ସିଧାସଳଖ ସାଉଥ୍ ଆଫ୍ରିକାକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛନ୍ତି। ଟ୍ରମ୍ପ୍ ସିଧାସଳଖ ସାଉଥ୍ ଆଫ୍ରିକାକୁ ଆର୍ଥିକ ସହାୟତା ବନ୍ଦ କରିବାକୁ ଘୋଷଣା କରିଛନ୍ତି। ନିକଟରେ ସାଉଥ୍ ଆଫ୍ରିକା ପକ୍ଷରୁ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରାଯିବା ଏବଂ ଏଥିରେ ଆମେରିକାର ଯୋଗନଦେବା ସତ୍ତ୍ୱେ ପ୍ରସ୍ତାବନା ପାରିତ କରାଇବାକୁ ନେଇ ଟ୍ରମ୍ପ୍ ଏବେ ସାଉଥ୍ ଆଫ୍ରିକା ଉପରେ ମାତ୍ରାଧିକ କ୍ଷୁବ୍ଧ ଅଛନ୍ତି। ଏହିକ୍ରମେ ଟ୍ରମ୍ପ୍ ଏବେ ବିବାଦୀୟ ବୟାନ୍‌ବାଜି କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ୍ ନିଜ ଟ୍ରୁଥ୍ ସୋସିଆଲ ଅ।।କାଉଣ୍ଟରେ ଲେଖିଛନ୍ତି ଯେ, ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଆମେରିକା ଅଂଶଗ୍ରହଣ କରିନାହିଁ। କାରଣ ସେଠାକାର ଆଫ୍ରିକା ସରକାର ‘ଶ୍ୱେତ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର’କୁ ଗମ୍ଭୀରତାର ସହ ନେଉନାହାଁନ୍ତି।

ଟ୍ରମ୍ପ ଦାବି କରିଛନ୍ତି, ଆଫ୍ରିକୀୟ ଏବଂ ୟୁରୋପୀୟ ବଂଶୋଦ୍ଭବଙ୍କ ଉପରେ ଆକ୍ରମଣ କରାଯାଉଛି ଏବଂ ସେମାନଙ୍କ ଜମି ଛଡ଼ାଇ ନିଆଯାଇଛି। ସାଉଥ୍ ଆଫ୍ରିକା ସରକାର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନେଉନାହିଁ। ଜି-୨୦ ସମ୍ମିଳନୀ ପରେ ସାଉଥ୍ ଆଫ୍ରିକା ସମାପନ ଉତ୍ସବରେ ଆନୁଷ୍ଠାନିକ ଭାବରେ ଆମେରିକାର ଜଣେ ବରିଷ୍ଠ ଦୂତାବାସ ଅଧିକାରୀଙ୍କୁ ଜି- ୨୦ ରାଷ୍ଟ୍ରପତି ପଦ ହସ୍ତାନ୍ତର କରିନାହିଁ। ସୁତରାଂ ଏବେ ସେ (ଟ୍ରମ୍ପ୍ ନିଜେ) କହିଛନ୍ତି ଆସନ୍ତା ବର୍ଷ ମିଆମିରେ ହେବାକୁ ଥିବା ୨୦୨୬ ଜି-୨୦ ଶିଖର ସମ୍ମିଳନୀକୁ ସାଉଥ୍ ଆଫ୍ରିକାକୁ ଆମନ୍ତ୍ରଣ କରାନଯିବା ପାଇଁ ସେ ନିର୍ଦ୍ଦେଶ ଜାରି କରିଛନ୍ତି। କେବଳ ସେତିକି ନୁହେଁ, ଆମେରିକା ସାଉଥ୍ ଆଫ୍ରିକାକୁ ସମସ୍ତ ଆର୍ôଥକ ସହାୟତାଗୁଡ଼ିକୁ ମଧ୍ୟ ତୁରନ୍ତ ବନ୍ଦ କରିବ। ପ୍ରକାଶ, ସାଉଥ୍ ଆଫ୍ରିକା ଚଳିତ ବର୍ଷ ଜୋହାନ୍ସବର୍ଗରେ ଏ୨୦ ଶିଖର ସମ୍ମିଳନୀ ୨୦୨୫ ଆୟୋଜନ କରିଥିଲା। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନି, ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ସହିତ କାନାଡା, ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ କୋରିଆ, ନେଦରଲାଣ୍ଡ, ଜାମାଇକା ଏବଂ ଅନ୍ୟାନ୍ୟ ଅନେକ ଦେଶର ଶୀର୍ଷ ନେତାମାନେ ଯୋଗଦେଇଥିଲେ। କିନ୍ତୁ ଆମେରିକା, ଚୀନ୍ ଏବଂ ରୁ୍‌ଷ୍ ଯୋଗଦେଇନଥିଲେ। ଅନ୍ୟପକ୍ଷେ ଆମେରିକା ଚଳିତ ବର୍ଷର ଶିଖର ସମ୍ମିଳନୀକୁ ବର୍ଜନ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କିମ୍ବା ଆମେରିକାର କୌଣସି ପ୍ରତିନିଧିମଣ୍ଡଳ ଏଥର ଜି-୨୦ରେ ଅଂଶଗ୍ରହଣ କରିନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking