28.3 C
Bhubaneswar
Thursday, May 14, 2026
Homeଓଡିଶାନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ

ଢେଙ୍କାନାଳ: ତୁମୁସିଂହା ଥାନା ଅଞ୍ଚଳରେ ୨୦୨୪ ମସିହାରେ ଘଟିଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଢେଙ୍କାନାଳ ଜିଲ୍ଲା ପୋସ୍କୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ସୁଶିଲ୍ କୁମାର ସାହୁ ଆଜି ଅଭିଯୁକ୍ତ ଶରତ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ୧୫ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ତୁମୁସିଂହା ଥାନା ଅଞ୍ଚଳର ଶରତ ନାଏକ (୫୬) ୨୦୨୪ ମସିହା ଅଗଷ୍ଟ ମାସ ୧୨ ତାରିଖ ଅପରାହ୍ନ ୨ ଘଟିକା ସମୟରେ ସେହି ଗ୍ରାମର ଜଣେ ନାବାଳିକାକୁ ଚକୋଲେଟ୍ ଦେଇ ନିଜ ଘରକୁ ଡାକିନେଇ ଅସଦାଚରଣ ସହ ଦୁଷ୍କର୍ମ କରିଥିଲା । ନାବାଳିକା ସେଠାରୁ ଖସି ଆସି ମା’ଙ୍କୁ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ କହିଥିଲା । ଏ ନେଇ ପୀଡ଼ିତାଙ୍କ ମା’ ଶ୍ରୀମତୀ ପଧାନ ତୁମୁସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ୍ କେଶ୍ ନଂ-୨୧୬/୨୪ରେ ଏତଲାକୁ ରେଜିଷ୍ଟ୍ରି କରି ଅଭିଯୁକ୍ତ ଶରତକୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଏହି ମାମଲାର ସିଟି ସ୍ପେଶାଲ୍ ପୋକ୍ସୋ କେଶ୍ ନଂ-୩୩/୨୦୨୪କୁ ବିଚାର କରି ୨୨ଜଣଙ୍କ ସାକ୍ଷ ପ୍ରମାଣ ଓ ୩୨ଟି ଦସ୍ତାବିଜ୍ ଆଧାର କରି ଅଭିଯୁକ୍ତ ଶରତକୁ କାରଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍ସୋ ଓକିଲ ନିରଞ୍ଜନ ସାହୁ ମାମଲାକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking