ଭୁବନେଶ୍ୱର: ସମ୍ମାନଜନକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ନାମ ଘୋଷଣା କରାଯାଇଛି । ୩ ବର୍ଷ ପାଇଁ ନାଁ ଘୋଷଣା କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ।୨୦୨୩ ପାଇଁ ପ୍ରଣବ କିଶୋର ପଟ୍ଟନାୟକ ଓ ବାଦଲ ଶିକ୍ଦାରଙ୍କୁ ସମ୍ମାନ ଦିଆଯାଇଛି ।୨୦୨୪ ପାଇଁ ମୋହିନୀ ମୋହନ ପଟ୍ଟନାୟକ ଓ ସୁଧାକର ସାହୁଙ୍କୁ ସମ୍ମାନ ।୨୦୨୫ ପାଇଁ ଘନଶ୍ୟାମ ପଣ୍ଡା ଓ ଭାଗବତ ପଧାନ ସମ୍ମାନିତ କରାଯାଇଛି ।କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି ।










