ନୂଆଦିଲ୍ଲୀ: ଆଜି ହେଉଛି ୭୬ତମ ସମ୍ବିଧାନ ଦିବସ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବି.ଆର. ଅମ୍ବେଦକର, ରାଜେନ୍ଦ୍ର ପ୍ରସାଦ ଏବଂ ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସମ୍ବିଧାନ ଦିବସରେ ସେ କହିଛନ୍ତି ଯେ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ସୁଯୋଗ ଏବଂ ଅଧିକାର ପ୍ରଦାନ କରେ । ସମ୍ବିଧାନ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ପଥ ପ୍ରଶସ୍ତ କରେ । ଏନେଇ ସେ ଏକ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତ, “ଏହି ସମ୍ବିଧାନ ଦିବସରେ, ମୁଁ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଜୀ, ଡାକ୍ଟର ରାଜେନ୍ଦ୍ର ପ୍ରସାଦ ଜୀ ଏବଂ ସମ୍ବିଧାନ ସଭାର ସମସ୍ତ ମହାନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ଏବଂ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।”
आज ‘संविधान दिवस’ पर बाबासाहेब डॉ. भीमराव अंबेडकर जी, डॉ. राजेंद्र प्रसाद जी सहित संविधान सभा के सभी महान सदस्यों को नमन और देशवासियों को इस दिवस की हार्दिक शुभकामनाएँ।
दुनिया के सबसे बड़े लोकतंत्र भारत का संविधान हर देशवासी को समान अवसर, सम्मानपूर्ण जीवन, राष्ट्रीय कर्त्तव्य और… pic.twitter.com/i0AhwjODzH
— Amit Shah (@AmitShah) November 26, 2025
ଏହା ସହ ସେ ଆହୁରି ଲେଖିଛନ୍ତି, “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ସୁଯୋଗ, ମର୍ଯ୍ୟାଦାପୂର୍ଣ୍ଣ ଜୀବନ, ଜାତୀୟ କର୍ତ୍ତବ୍ୟ ଏବଂ ଅଧିକାର ପ୍ରଦାନ କରେ, ଯାହା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ପଥ ପ୍ରଶସ୍ତ କରେ ।” ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଆରମ୍ଭ କରିଥିଲେ ଏବଂ ନାଗରିକମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଅଧିକ ସଚେତନ କରିବା ପାଇଁ କାର୍ଯ୍ୟ କରିଛନ୍ତି। ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଯାଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ଭାରତୀୟ ସମ୍ବିଧାନର ଆନୁଷ୍ଠାନିକ ଗ୍ରହଣକୁ ସ୍ମରଣ କରିବା ପାଇଁ ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ କରାଯାଏ। ୨୦୧୫ରେ, ଭାରତ ସରକାର ପ୍ରତିବର୍ଷ ନଭେମ୍ବର ୨୬ରେ ସମ୍ବିଧାନ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।










