30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଜଷ୍ଟିସ ସୂର୍ଯ୍ୟକାନ୍ତ ନୂଆ ସିଜେଆଇ

ଜଷ୍ଟିସ ସୂର୍ଯ୍ୟକାନ୍ତ ନୂଆ ସିଜେଆଇ

ନୂଆଦିଲ୍ଲୀ: ଶପଥ ନେଲେ ଭାରତର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ।  ସୁପ୍ରିମକୋର୍ଟଙ୍କ ୫୩ ତମ ସିଜେଆଇ  ଭାବେ ଦାୟିତ୍ୱ ନେଲେ ସୂର୍ଯ୍ୟକାନ୍ତ । ଏହି ସ୍ୱତନ୍ତ୍ର ସମାରୋହରେ  ସାମିଲ ହୋଇଛନ୍ତି ୬ଟି ଦେଶର ପ୍ରଧାନ ବିଚାରପତି । ଏଥିସହିତ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହୋଇଛନ୍ତିା ପ୍ରଧାନ ବିଚାରପତି ହେଲା ପରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଜଷ୍ଟିସ ବି. ଆର ଗୱାଇ ସ୍ଥାନରେ କାର୍ଯ୍ୟ କରିବେ । ୨୦୨୭ ଫେବୃଆରୀ  ୯  ଯାଏଁ  କାର୍ଯ୍ୟ କରିବେ ସିଜେଆଇ  ଜଷ୍ଟିସ ସୂର୍ଯ୍ୟକାନ୍ତ । ୧୦ ଫେବୃଆରୀ ୧୯୬୨ ମସିହାରେ ହରିୟାଣାର ହିସାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ଏକ ସାଧାରଣ ପୃଷ୍ଠଭୂମିରୁ ଉଠି ଦେଶର ସୁପ୍ରିମକୋର୍ଟର ସର୍ବୋଚ୍ଚ ପଦବୀରେ ପହଞ୍ଚିଥିଲେ। ସେ ପ୍ରଥମେ ହିସାରରେ ଆଇନ ଅଭ୍ୟାସ କରିଥିଲେ ଏବଂ ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ତାଙ୍କର ଅଭ୍ୟାସ ଜାରି ରଖିଥିଲେ। ୨୦୧୮ ମସିହାରେ, ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking