21.1 C
Bhubaneswar
Thursday, February 5, 2026
Homeଓଡିଶାବିହାରରେ ଏନଡିଏର ବିଜୟ ‘ଜନତାଙ୍କ ଶକ୍ତିର ବିଜୟ': ଧର୍ମେନ୍ଦ୍ର

ବିହାରରେ ଏନଡିଏର ବିଜୟ ‘ଜନତାଙ୍କ ଶକ୍ତିର ବିଜୟ’: ଧର୍ମେନ୍ଦ୍ର

ଝାରସୁଗୁଡ଼ା,ସମ୍ବଲପୁର: ବିହାର ନିର୍ବାଚନରେ ଏନଡିଏର ବିଜୟକୁ ‘ଜନତାଙ୍କ ଶକ୍ତିର ବିଜୟ’ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିହାର ବିଧାନସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭୂମିକା ଗ୍ରହଣ କରି ଦଳ ପାଇଁ ବିଜୟର ପଥ ପରିଷ୍କାର କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆଜି ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତ ସମୟରେ ବିପୁଳ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ଅବସରରେ ସେ ଏହା କହିଛନ୍ତି। ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ।କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ଲାଗି ଉଭୟ ସହରରେ ଶତାଧିକ କାର୍ଯ୍ୟକର୍ତ୍ତା, ସମର୍ଥକ ଏବଂ ଶୁଭେଚ୍ଛୁମାନେ ଭିଡ଼ ଜମାଇଥିଲେ। ବିଭିନ୍ନ ସ୍ଥାନରେ ପାରମ୍ପରିକ ସମ୍ବଲପୁରୀ ବାଦ୍ୟ ‘ଡାଲଖାଇ’ ଓ ସଙ୍ଗୀତର ତାଳେ ତାଳେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା।ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଜନଶକ୍ତି ବିଜେପିକୁ ବିକାଶର ନୂଆ ଆଶା ଓ ଭରସା ଦେଇଛି। ଅନେକ ବର୍ଷ ଧରି ବିହାରରେ ବିଜେପି ଓ ଏନ୍‌ଡିଏର ଶାସନ ଏକ ସେବା ଭାବରେ ଚାଲିଆସିଛି। ବିଗତ ସାଢ଼େ ଏଗାର ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଦାୟିତ୍ୱରେ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ହିଁ ଏହି ବିକାଶର ଧାରା ସମ୍ଭବ ହୋଇଛି। ସେ କଂଗ୍ରେସ ପାର୍ଟିର ସମାଲୋଚନା କରି କହିଥିଲେ ଯେ କଂଗ୍ରେସ ବାରମ୍ବାର ପରାଜିତ ହେବା ପରେ ‘ଭୋଟ ଚୋରି’ ଭଳି ଅପପ୍ରଚାର କରୁଥିଲା। ମାତ୍ର ବିହାରର ଜନତା ଏଥର ଉଚିତ୍ ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କଲେ। ଯେଉଁମାନେ ଦେଶକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ଏବଂ ବାଂଲାଦେଶୀଙ୍କୁ ଦେଶରେ ଅଗ୍ରାଧିକାର ଦେବା ଭଳି କଥା କହୁଥିଲେ, ଏଥର ନିର୍ବାଚନରେ ବିହାରର ଲୋକମାନେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଆଜି ସକାଳେ ଖିଣ୍ଡା ଠାରେ ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଓ ଠେଲକୋଲୋଇ ସ୍ଥିତ ମା’ ତାରିଣୀ ମନ୍ଦିରରେ ମଧ୍ୟ ଦର୍ଶନ କରି ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking