21.1 C
Bhubaneswar
Wednesday, February 4, 2026
Homeଓଡିଶାମନ୍ଦିର ପରିସରରେ ବୃଦ୍ଧଙ୍କୁ ହତ୍ୟା

ମନ୍ଦିର ପରିସରରେ ବୃଦ୍ଧଙ୍କୁ ହତ୍ୟା

ପଟ୍ଟାମୁଣ୍ଡାଇ: ମନ୍ଦିର ପରିସରରେ ବୃଦ୍ଧଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାଜନଗର ରିଘାଗଡ ଗାଁ ଥାନପଟି ମନ୍ଦିର ପରିସରରେ ଏହି ହତ୍ୟାକାଣ୍ଡ ଘଟିଛି । ମନ୍ଦିରରେ ରୋଷେଇ କରିବାକୁ ଆସିଥିବା ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ । ମଦ୍ୟପାନ କରି ଗାଳିଗୁଲଜ କରିଥିବା ବେଳେ ଆକଟ କରିବାରୁ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ଆକ୍ରମଣ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ରାଜନଗର ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକାଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking