ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ । ଆନ୍ଧ୍ର ଓ ଓଡ଼ିଶାକୁ ପୁଣି ବାତ୍ୟା ଡର । ୨୯ କିମ୍ବା ୩୦ ତାରିଖରେ ନେଇପାରେ ଭୀଷଣ ରୂପ । ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସ୍ଥିର ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୮ ତାରିଖରେ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ବିଭିନ୍ନ ମଡେଲ୍ କହୁଛନ୍ତି ଯେ ୨୯ ଓ ୩୦ ତାରିଖରେ ଅତି ଭୀଷଣ ବାତ୍ୟା ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ଏହା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମୁହାଁଇବାର ଅଧିକ ସମ୍ଭାବନା ରହିଛି ।










