21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଭୂମିକମ୍ପରେ ଥରିଲା ବାଂଲାଦେଶ: ୬ ମୃତ

ଭୂମିକମ୍ପରେ ଥରିଲା ବାଂଲାଦେଶ: ୬ ମୃତ

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଥରିଲା ବାଂଲାଦେଶ। ୬ ଜଣଙ୍କର ମୃତ୍ୟୁ, ଭାରତରେ ମଧ୍ୟ ଅନୁଭୂତ ହେଲା ଭୂମିକମ୍ପ। ଭୂମିକମ୍ପର ଝଟକାରେ ଥରିଲା ବାଂଲାଦେଶ । ଶୁକ୍ରବାର ସକାଳେ ବାଂଲାଦେଶରେ  ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ଥିଲା । ତେବେ ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।ମିଳିଥିବା ସୂଚନା ଅନୁସାରେ ସକାଳ ୧୦ଟା ୧୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ଆଖପାଖ ଜିଲ୍ଲା ଏବଂ ଉତ୍ତର ବଙ୍ଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୁଚବିହାର ଏବଂ ଦିନାଜପୁରରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁଯାୟୀ, କୋଠାର କାନ୍ଥ ଏବଂ ଛାତର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏକ ପୋଲ ରେଲିଂ ଭାଙ୍ଗିଯିବାରୁ ତିନି ଜଣ ପଥଚାରୀଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ଅନ୍ୟ କେତେକ ଆହତ ହୋଇଛନ୍ତି। କିଛି ସେକେଣ୍ଡ ଧରି ଚାଲିଥିବା ଏହି ଭୂମିକମ୍ପ ସାରା ସହରରେ ଆତଙ୍କ ସୃଷ୍ଟି କରିଥିଲା।କୋଲକାତା, ଗୌହାଟୀ, ତ୍ରିପୁରା ଏବଂ ମେଘାଳୟର କିଛି ଅଂଶ ସମେତ ଭାରତର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। କୋଲକାତାରେ, ଅନେକ ଲୋକ ଭୟଭୀତ ହୋଇ କୋଠାରୁ ବାହାରକୁ ବାହାରି ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking