ଭୁବନେଶ୍ୱର: ରାଜଧାନୀରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ଲଗାତାର ଏକ ସପ୍ତାହ ହେବ ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣର ମାନ ଖରାପ ସ୍ତରରେ ରହିଛି । ନଭେମ୍ବର ମାସରେ ବାୟୁର ଏଭଳି ମାନ ଖୋଦ ରାଜ୍ୟ ପ୍ରଦୂଷଣ ବୋର୍ଡ ର ଚିନ୍ତା ବଢାଇଛି । ରାଜ୍ୟରେ ବିଶେଷ ଭାବରେ ଶୀତ ଋତୁରେ ଅର୍ଥାତ ଡିସେମ୍ବର ପରଠାରୁ ଜାନୁଆରୀ ୧୫ ମଧ୍ୟରେ ବାୟୁର ମାନ ନିମ୍ନ ସ୍ତରକୁ ଯାଏ । ହେଲେ ଚଳିତ ବର୍ଷ ନଭେମ୍ବର ମାସରୁ ହିଁ ବାୟୁର ମାନ ଏଭଳି ନିମ୍ନ ସ୍ତରକୁ ଯିବା ନେଇ ଚିନ୍ତା ବଢିଛି । ସେଭଳି ଚଳିତ ବର୍ଷ ନଭେମ୍ବର ମାସରେ ଶୀତର ପ୍ରଭାବ ଅଧିକ ଥିବାରୁ ଭୁବନେଶ୍ୱରର ଏକ୍ୟୁଆଇ ମାନ ଖସିଛି ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ବାଲେଶ୍ୱର, ତାଳଚେର ଏବଂ କଳିଙ୍ଗ ନଗରରେ ମଧ୍ୟ ନଭେମ୍ବର ମାସରେ ବାୟୁରମାନ ନିମ୍ନ ସ୍ତରରେ ରହିଛି ।









