17.1 C
Bhubaneswar
Sunday, December 7, 2025
Homeଓଡିଶାସାଇକେଲ୍ରୁ ପଡି ଯୁବକ ମୃତ

ସାଇକେଲ୍ରୁ ପଡି ଯୁବକ ମୃତ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ସାଇକେଲରୁ ପଡି ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ଲାଞ୍ଜିଗଡ ବ୍ଲକ କୁମଖାଲ ପଞ୍ଜାୟତ ଟିମନବାଡି ଗାଁ ନିକଟରେ ଥିବା ଗାଁର ଟଙ୍କ ମାଝୀ (୩୫) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଟଙ୍କ ତାଙ୍କ ସାଇକେକେଲ୍‌ରେ ଦିନ ସାଢେ ୧୨ଟାରେ ସମୟରେ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତା ଦେଇ ଲୁମା ଗାଁ ଛକକୁ ଯାଉଥିଲା । ଖଜୁରଗୁଡା ଗାଁ ମାଣ୍ଡିଆ ରୁଚା ନିକଟରେ ଏକ ସେ ନିଜ ସାଇକେଲରୁ କୌଣସି କାରଣ ବଶତଃ ପଡିଯାଇଥିଲେ । ଫଳରେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଏହା ପରେ ସ୍ଥାନୀୟ ଲୋକେ ଆମ୍ବୁଲେନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ମିଳିପାରିନଥିଲା ଆମ୍ବୁଲେନ୍ସ ସୁବିଧା । ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ଦୁଇ ଯୁବକଙ୍କ ସହାୟତାରେ ବାଇକ୍‌ରେ ୬ କିମି ଦୂର ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଠୋରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ ଏବଂ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking