17.1 C
Bhubaneswar
Sunday, December 7, 2025
Homeଓଡିଶାବାଲିଯାତ୍ରାକୁ ନେଇ ବର୍ଷିଲେ ସିଏମ୍‌ସି ମେୟର

ବାଲିଯାତ୍ରାକୁ ନେଇ ବର୍ଷିଲେ ସିଏମ୍‌ସି ମେୟର

କଟକ: ବଢିଲା କଟକ ବାଲିଯତ୍ରାକୁ ନେଇ ବିବାଦ । ବାଲିଯାତ୍ରାକୁ ନେଇ ମେୟର ସୁବାସ ସିଂ କ୍ଷୋଭ ପ୍ରକାଶ କରିଛନ୍ତି । କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଚଳିତ ବର୍ଷ ବାଲିଯାତ୍ରାରେ କଳଙ୍କିତ ଅଧ୍ୟାୟ ସୃା୍‌ଟି କରିଛନ୍ତି ଜିଲ୍ଲା ପ୍ରଶାସନ । ସିଏମ୍‌ସିକୁ କୌଣସି ବାବଦରେ ଅବଗତ କରାଇନାହାନ୍ତି । ଉଦଘାଟନୀ ଦିନ ସିଏମ୍‌ସି କମିଶନରଙ୍କୁ ଷ୍ଟେଜ୍‌କୁ ଡାକିଲେନି । ବାଲିଯାତ୍ରା ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଆସିଥିଲେ । ହେଲେ ମେୟରଙ୍କୁ ଡକାଗଲାନାହିଁ କି ନିମନ୍ତ୍ରଣ ପତ୍ରରେ ନାଁ ରହିଲା ନାହିଁ । ଜିଲ୍ଲାପାଳ ଅଂହକାର ଓ ଏକଚାଟିଆ ମନୋବୃତ୍ତିରେ ବାଲିଯାତ୍ରା କରିଛନ୍ତି । ଲୋକ ପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନ କରିଛନ୍ତି ଜିଲ୍ଲାପାଳ । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବୁ । କାହିଁକି ଏପରି ହେଲା ତର୍ଜମା କରିବା ଆବଶ୍ୟକ । ସୂଚନାଯୋଗ୍ୟ, ନଭେମ୍ବର ୫ରୁ ନଭେମ୍ବର ୧୩ ଯାଏଁ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ନଭେମ୍ବର ୧୨ ତାରିଖରେ ଶେଷ ହେବାର ଥିଲା । ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ୨ ଦିନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଟକ ମେୟର ସୁବାସ ସିଂ । ତେବେ ୨ ଦିନ ବଦଳରେ ଗୋଟିଏ ଦିନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମତି ଦେଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking