21.1 C
Bhubaneswar
Wednesday, February 4, 2026
Homeଓଡିଶାକୋରାଇ ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ସଫଳ ଚାଷୀଙ୍କୁ ପୁରସ୍କୃତ

କୋରାଇ ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ସଫଳ ଚାଷୀଙ୍କୁ ପୁରସ୍କୃତ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ନିକଟସ୍ଥ ବଟିରା ଖେଳପଡିଆ ପ୍ରାଙ୍ଗଣ ରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରୀୟ ମତ୍ସ ଓ ପାଣି ସମ୍ପଦ 2025ମେଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମ ରେ , କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳା କୁ ଅନୁଷ୍ଠାନିକ ଭାବେ ଉଦୁ ଘାଟନ କରିଥିଲେ। ଏହି ଉତ୍ସବ ରେ କୋରାଇ ବିଡ଼ିଓ ଅବନୀ କୁମାର ସାହୁ ଅଧ୍ୟକ୍ଷତା କରି ଥିଲେ ସେ ଏହି କାର୍ଯ୍ୟକ୍ରମ ର ଯୋଜନା ସମ୍ପର୍କ ରେ ଅବଗତ କରି ଥିଲେ l କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ପାଳ ସପନ କୁମାର ନନ୍ଦ କୋରେଇ ପଂଚାୟତ ସମିତି ର ଅଧକ୍ଷା ଜୟନ୍ତୀ ଦଳେଇ ଯୁଗ୍ମ ନିର୍ଦେଶକ FSB, ଡଃ ବିମଲ କୁମାର ମହାପାତ୍ର , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଯାଜପୁର ପ୍ରମୁଖ ବହୁ ଅଧିକାରୀ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଚାଷୀ ମାନଙ୍କ ପାଇଁ ଉଦିଷ୍ଟ ଯୋଜନା ସମ୍ପର୍କ ରେ ଅବଗତ କରି ଥିଲେ ଏଥିସହିତ ମତ୍ସ୍ୟ ଚାଷୀ ଓ ପ୍ରାଣୀ ପାଳକ ଏବଂ ବୈଜ୍ଞାନିକ ଙ୍କ ଆଲୋଚନା ଚକ୍ର ରେ ଡାକ୍ତର ବିମଲ କୁମାର ମହାପାତ୍ର , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଯାଜପୁର, ଡାକ୍ତର ପାର୍ଥ ସାରଥୀ ଜେନା , ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ,ଦାନଗଦି , ବିଭିନ୍ନ ସରକାରୀ ଯୋଜନା ଓ ଏହାର ଉପାଦେୟତା ସମ୍ପର୍କ ରେ ଆଲୋକପାତ କରିଥିଲେ। ମେଳାର ମୁଖ୍ୟ ଆକର୍ଷଣ ଭାବେ ୭ ଜଣ ସଫଳ ଚାଷୀ ଓ ୧ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ୧୦୦୦ ଟଙ୍କା ଲେଖାଏ ପୁରସ୍କାର ସହିତ ମାନପତ୍ର, ଟ୍ରଫି ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସମୁଦାୟ ୨୮ ଟି ପଂଚାୟତ ରୁ ୫୬୦ ରୁ ଉର୍ଦ୍ଧ୍ବ ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗଦାନ କରିଥିଲେ। ମେଳାର ସଂଯୋଜକ ଭାବେ ଅବନିକାନ୍ତ ସାହୂ ମେଳା ର ପ୍ରମୁଖ ଉଦ୍ଦେଶ୍ୟ ସମ୍ପର୍କ ରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ ଏବଂ ଶ୍ରୀମତୀ ଗୀତାରାଣୀ ପଣ୍ଡା ,ଗୋଷ୍ଠି ପ୍ରକଳ୍ପ ସମନ୍ଵୟ ଅଧିକାରୀ, ମିଶନ ଶକ୍ତି, କୋରେଇ ସଭାରେ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ୩୫ ଜଣ ଚାଷୀ ପ୍ର|ଣିଧନ ବୀମା ଅନ୍ତର୍ଭୁକ୍ତ ହୋଇଥିଲେ । କୋରେଇ ବ୍ଲକ ର ବିଭିନ୍ନ ବିଭାଗ ତରଫ ରୁ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ୧୩ ଗୋଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା। ସର୍ବ ଶେଷରେ କୋରେଇ ବ୍ଲକ ର ସହାୟକ ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ଅତନୁ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭା ରେ ଚାଷୀ କମ ଶାସକ ଦଳ ର କର୍ମୀ ସଂଖ୍ୟା ଅଧିକ ଦେଖା ଯାଇ ଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking