26.1 C
Bhubaneswar
Sunday, December 7, 2025
Homeଓଡିଶାଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା: ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ

ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା: ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ

ପୁରୀ:  ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା । ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ । ଗର୍ଭ ଗୃହକୁ ପଲଙ୍କ ବିଜେ ପରେ ଓ ଭିତର ଆଳତି ପୂର୍ବରୁ ଜଣେ ଭକ୍ତ ବାହାରକାଠ ଡେଇଁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । କିଛି ସେବାୟତ ହଲ୍ଲା ପକାଇବାରୁ ଜେଟିପି ସ୍କ୍ୱାଡମାନେ ତାଙ୍କୁ ବାହାରକୁ ଆଣି ଗାଳି ଗୁଳଜ କରିବା ସହ ଧକ୍କା ମାରିଥିଲେ । ସମ୍ପୃକ୍ତ ଭକ୍ତ ତଳେ ପଡି ଯାଇଥିଲେ । କିଛି ସେବାୟତ ଓ ଜେଟିପି ମଧ୍ୟ ଗାଳି ଗୁଲଜ କରିଥିଲେ । ଜେଟିପି ସ୍କ୍ୱାଡଙ୍କ ଦୁର୍ବ୍ୟବହାରରେ କାନ୍ଦି କାନ୍ଦି ଫେରିଲେ । ଭକ୍ତ ଜଣକ ମୁଦୁଲି ଦ୍ୱାର ଦେଇ ପ୍ରବେଶ କରିଥିଲେ । ଏହି ଦ୍ୱାର ଦେଇ ସେବାୟତ ବା ଡିଉଟିରେ ଥିବା କର୍ମଚାରୀ ପ୍ରବେଶ ବ୍ୟବସ୍ଥା ଅଛି । ସାଧାରଣ ଭକ୍ତ ଏହି ଦ୍ୱାର ଦେଇ ପ୍ରବେଶ କରି ପାରିବେ ନାହିଁ । କିଭଳି ଏହି ଭକ୍ତ ଜଣକ ଏହି ଦ୍ୱାର ଦେଇ ପ୍ରବେଶ କଲେ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking