21.1 C
Bhubaneswar
Saturday, December 6, 2025
Homeଓଡିଶାନୟାଗଡରେ ବୋମାମାଡ଼: ୩ ଗୁରୁତର

ନୟାଗଡରେ ବୋମାମାଡ଼: ୩ ଗୁରୁତର

ନୟାଗଡ: ନୟାଗଡ ଜିଲ୍ଲା ଟାଉନ ଥାନା ଅଧୀନ ଶୁଳିଆ ଗାଁରେ ବୋମାମାଡ଼ । ଦୁର୍ବୃତ୍ତଙ୍କ ବୋମାମାଡ଼ରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଗାଁ ନିକଟରେ ବୁଲୁଥିଲେ । ଉକ୍ତ ରାସ୍ତା କାମ ଚାଲୁଥିବାରୁ ଦୁଇ ଜଣ ଯୁବକ ସିମେଣ୍ଟ ଜଗିବାକୁ ରାସ୍ତା ପାଖରେ ରହିଥିଲେ । ଦୁର୍ବୃତ୍ତଙ୍କ ଗତିବିଧି ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଗାଁ ଲୋକେ ଆସିବାରୁ ଦୁର୍ବୃତ୍ତ ତାଙ୍କ ଉପରକୁ ବୋମାମାଡ କରିଥିଲେ ।ବୋମାମାଡ କରି ୪ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଅଟକ ଅଭିଯୁକ୍ତ ଜଣକ ହେଲା କଇଥଗାଡିଆ ଗାଁର ଅକୃର ପ୍ରଧାନ । ଅକୃରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking