28.1 C
Bhubaneswar
Thursday, March 5, 2026
Homeଓଡିଶାରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

ଭୁବନେଶ୍ୱର:  ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ୫ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଶିଶୁ ଅଂଶଗ୍ରହଣ କରି ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ଯୋଜନାର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ କୃତିବାସ ରାଉତ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରତ୍ୟେକ ଶିଶୁ ମଧ୍ୟରେ ଭରି ରହିଥିବା ପ୍ରତିଭାର ପରିପ୍ରକାଶ ନିମନ୍ତେ ‘ମହକ’ ଏକ ପ୍ରକୃଷ୍ଟ ମଞ୍ଚ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଓଡ଼ିଶାର ଆଗାମୀ ଦିନର ଭବିଷ୍ୟତ ସୁପ୍ତ ଭାବରେ ରହିଛି ଓ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପରିବେଶ ନିର୍ମାଣ ହୋଇପାରିଲେ ସେମାନେ ଉତ୍ତମ ନାଗରିକ ସଂସ୍କୃତି ନିର୍ମାଣ ସହ ଦେଶ ଓ ଜାତିର ବିକାଶରେ ଭାଗୀଦାର ହୋଇପାରିବେ । ଏହି ଉଦ୍‌ଘାଟନୀ ଉତ୍ସବରେ ମିଶନ ବାତ୍ସଲ୍ୟ ସଫଳତା ଉପରେ ଏକ ବୃତ୍ତଚିତ୍ର ପରିବେଷିତ ହୋଇଥିଲା । ଏଥି ସହ ଓଡ଼ିଶାରେ ଶିଶୁ ସୁରକ୍ଷା ଯାତ୍ରା ଉପରେ ଆଧାରିତ ଏକ କଫି ଟେବୁଲ୍‌ ବୁକ୍‌କୁ ଅତିଥିମାନେ ଉନ୍ମୋଚିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking