23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଦିଲ୍ଲୀରେ ବିସ୍ଫୋରଣ: ଲକ୍ଷ୍ନୌରେ ଚଢାଉ

ଦିଲ୍ଲୀରେ ବିସ୍ଫୋରଣ: ଲକ୍ଷ୍ନୌରେ ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ, ଲକ୍ଷ୍ନୌରେ ଏକ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଛି। ଦିଲ୍ଲୀ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣର ଫରିଦାବାଦ ଲିଙ୍କ୍ ଥିବା ନେଇ ସୂଚନା ମିଳିଛି। ଫରିଦାବାଦ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏଟିଏସ୍ ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ଲକ୍ଷ୍ନୌରେ ଚଢାଉ କରିଛନ୍ତି। ଲକ୍ଷ୍ନୌରେ ଡାକ୍ତର ପରଭେଜ ଅନସାରୀଙ୍କ ଘରେ ଚଢାଉ କରିଛନ୍ତି। ଦିଲ୍ଲୀ ବୋମା ବିସ୍ଫୋରଣ ପରେ ଫରିଦାବାଦ ଲିଙ୍କକୁ ନେଇ ଚାଲିଛି ଲକ୍ଷ୍ନୌରେ ଚାଲିଛି ବଡ ଚଢାଉ। ଏହା ସହ ମଡିଆନଭରେ ଆଇଆଇଏମ ରୋଡ୍‌ରେ ଚଢାଉ ଚାଲିଛି। ଏଟିଏସ୍‌, କାଶ୍ମୀର ପୋଲିସ ଏବଂ ଲକ୍ଷ୍ନୌ ପୋଲିସର ଉପସ୍ଥିତିରେ ଚଢାଉ ଚାଲିଛି। ଏପଟେ ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ସ୍ଥାନରେ ସିଆରପିଏଫ ଆଇଜି ରାଜେଶ ଅଗ୍ରୱାଲ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ପୋଲିସ ସରକାରୀ ସୂଚନା ପ୍ରଦାନ କରିବ। ସିଆରପିଏଫ ଦିଲ୍ଲୀ ପୋଲିସକୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବ। ଅନ୍ୟପଟେ, ଦିଲ୍ଲୀ ବୋମା ବିସ୍ଫୋରଣ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।

ଦିଲ୍ଲୀ ବିସ୍ଫୋରଣର ଫରିଦାବାଦ ଲିଙ୍କ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking