29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ , ୮ ମୃତ

ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ , ୮ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ଏକ କାର୍‌ରେ ଜୋରଦାର ବିସ୍ଫୋରଣ ହୋଇଛି। ଦୈନିକ ଜାଗରଣ ଅନୁସାରେ, ଏହି ଭୟଙ୍କର ବିସ୍ଫୋରଣରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ୩୦ରୁ ଅଧିକା ଗାଡ଼ି ଜଳି ଯାଇଛି। ହେଲେ ସରକାରୀ ଭାବେ ମୃତ୍ୟୁ ସ୍ପଷ୍ଟ ହୋଇ ନାହିଁ। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ପୂରା ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି। ୭ଟି ଦମକଳ ବାହିନୀ ବିସ୍ଫୋରଣ ସ୍ଥଳକୁ ଯାଇଛି। କୁହାଯାଉଛି ଯେ, ଲାଲ୍‌ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍‌ ନମ୍ୱର-୧ ନିକଟରେ ଏକ କାର୍‌ରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଅନେକ ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଛି। ଦିଲ୍ଲୀ ଅଗ୍ନିଶନ ବାହିନୀ ଅନୁସାରେ , ବିସ୍ଫୋରଣରେ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଧମାକାର ଦୃଶ୍ୟ ଖୁବ୍‌ ଭୟାନକ ହୋଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଲାଲ୍‌ କିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହୋଇଥିଲା। ଘଟଣା ମେଟ୍ରୋ ଷ୍ଟେସନର ଗେଟ୍‌ ନମ୍ୱର-୧ ନିକଟରେ ଘଟିଛି। ଧମାକା ପରେ ୩୦ରୁ ଅଧିକା ଗାଡ଼ି ନିଆଁ ପ୍ରଭାବକୁ ଆସିଯାଇଛି। ବିସ୍ଫୋରଣର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ନିକଟବର୍ତ୍ତୀ ଘରଗୁଡ଼ିକୁ ଥରାଇ ଦେଇଥିଲା। ଏହା ବ୍ୟତୀତ, ଘଟଣାସ୍ଥଳ ପାଖରେ ଥିବା ଦୋକାନଗୁଡ଼ିକର ଝରକା ଭାଙ୍ଗି ଯାଇଥିଲା। ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆମେ କିଛି ବୁଝିବା ପୂର୍ବରୁ, ବିସ୍ଫୋରଣ ହୋଇଥିବା କାର ଏବଂ ରାସ୍ତାରେ ଥିବା କାରଗୁଡ଼ିକ ନିଆଁ ପିଣ୍ଡୁଳା ହୋଇଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking