ବିହାର: ବିହାରର ସାରଣ ଜିଲ୍ଲାର ଆକିଲପୁର ଥାନା ଅଞ୍ଚଳରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କୁ ବବଲୁ ଖାନ, ତାଙ୍କ ସ୍ତ୍ରୀ ରୋଶନ ଖାତୁନ, ଝିଅ ରୁକସର, ଚାନ୍ଦନୀ କୁମାରୀ ଏବଂ ପୁଅ ମହମ୍ମଦ ଚାନ୍ଦ ବୋଲି ଚିହ୍ନଟ କରାଯାଇଛି। ସୂଚନାରୁ ପ୍ରକାଶ, ମାନସ ଗ୍ରାମର ବାସିନ୍ଦା ବବଲୁ ଖାନଙ୍କ ଘରର ଛାତ ରବିବାର ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଘରେ ଶୋଇଥିବା ପାଞ୍ଚ ଜଣ ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପାଞ୍ଚ ଜଣଙ୍କୁ ଦାନାପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଦାନାପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଏବଂ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।










