ଭୁବନେଶ୍ୱର: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ଭୋଟ । ନୂଆପଡାରୁ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି। ଆଜି ଅପରାହ୍ନ ସୁଦ୍ଧା ବିଭିନ୍ନ ବୁଥରେ ପହଞ୍ଚିବେ ସମସ୍ତ ଟିମ୍ । ସେପଟେ ମାଓ ପ୍ରବଣ ଅଂଚଳରେ କିଭଳି EVMପହଞ୍ଚିବ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।ନୂଆପଡା ଉପ ନିର୍ବାଚନ ପାଇଁ ଆଜି ମାଓ ପ୍ରବଣ ଅଞ୍ଚଳକୁ ଯାଉଛି ଇଭିଏମ୍ । ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସୁନାବେଡ଼ା ଅଞ୍ଚଳର ଯେଉଁ ୮ ଟି ମାଓ ପ୍ରବଣ ଅଞ୍ଚଳ ଅଛି ସେହି ସ୍ଥାନକୁ ଆଜି ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ EVMକୁ ଏୟାର ଲିଫ୍ଟ କରାଯାଉଛି ଯେହେତୁ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ ଓ ସମ୍ପୂର୍ଣ ମାଓ ପ୍ରବଣ ତେଣୁ EVMକୁ ଏୟାର ଲିଫ୍ଟ କରିବାପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ତେବେ କିଭଳି ସୁରକ୍ଷିତ ଭାବେ ଏୟାର ଲିଫ୍ଟ କରାଯିବ ଏନେଇ ଲାଗି ପଡ଼ିଛି ଜିଲ୍ଲା ପ୍ରଶାସନ । ନୂଆପଡା ଗୋତମା ଏୟାର ଷ୍ଟ୍ରିଫରେ ପହଞ୍ଚିଲେ ୪୦ ଜଣିଆ ପୋଲିଂ ପାର୍ଟି । ଗୋତମା ଏୟାର ଷ୍ଟ୍ରିପରୁ ମାଓ ପ୍ରବଣ ସୁନାବେଡ଼ା ଅଞ୍ଚଳକୁ ଯିବ ଟିମ । ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଯିବେ ଟିମ୍ । କଡା ସୁରକ୍ଷାର ଯିବ ଟିମ୍ ।










