28.1 C
Bhubaneswar
Wednesday, February 4, 2026
Homeଓଡିଶାହାତୀ ଆକ୍ରମଣରେ ଜଣେ ମୃତ

ହାତୀ ଆକ୍ରମଣରେ ଜଣେ ମୃତ

ରାଇରଙ୍ଗପୁର: ରାଇରଙ୍ଗପୁରରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛିହଁଟି ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ପୋଡାଗଡ଼ ପଞ୍ଚାୟତ ସ୍ଥିତ ରାଜପାଳ ଗ୍ରାମର ସଙ୍ଗା ବାରି (୫୫) ବୋଲି ଚିହ୍ନଟ କରାଯାଇଛିସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ଏକ ଦନ୍ତା ଓ ମାଈ ହାତୀ ରାଜପାଳ ଗ୍ରାମ ନିକଟସ୍ଥ ବିଲକୁ ପାଚିଲା ଧାନ ଫସଲ ଖାଇବା ପାଇଁ ଆସିଥିଲେ। ଏହି ସମୟରେ ନିକଟସ୍ଥ ଗ୍ରାମବାସୀ ବିଲକୁ ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ଉକ୍ତ ଦୁଇ ଗୋଟି ହାତୀ ଲୋକଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ନିଜ ଧାନ ଫସଲର ସୁରକ୍ଷା ପାଇଁ ବିଲକୁ ହାତୀ ଘଉଡାଇବା ପାଇଁ ଯାଇ ରାଇରଙ୍ଗପୁର ବନଖଣ୍ଡ ଅଧୀନ ମଣଦା ବନାଞ୍ଚଳ ଅନ୍ତର୍ଗତ ତୁଳସୀବଣି ବିଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଖବରପାଇ ଏସିଏଫ ତଥା ମଣଦା ବନାଞ୍ଚଳ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରିଣୀ ସୁଶ୍ରୀ ଧରିତ୍ରୀ ମୁର୍ମୁଙ୍କ ସମେତ ମଣଦା ଓ ବରେହିପାଣି ରେଞ୍ଜର ସମସ୍ତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking