21.1 C
Bhubaneswar
Saturday, February 7, 2026
Homeଓଡିଶାତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର: ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ କାଣ୍ଡସରା ଗ୍ରାମର ଅଶ୍ୱନୀ ମଲିକଙ୍କ ସ୍ତ୍ରୀ ମମତା ବୋଲି ଚିହ୍ନଟ ହୋଇଛି। ଚିକଷ୍ଚ୍ରେ ଅବହେଳା ଅଭିଯୋଗ କରି ମଧୁବନରେ ଥିବା ଏକ ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ଫାଟକରେ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ଗ୍ରାମବାସୀମାନେ ପ୍ରତିବାଦ କରିଛନ୍ତି । ସୂଚନା ଅନୁଯାୟୀ, ପରିବାର ଲୋକେ ଅସ୍ତ୍ରୋପଚାର ପାଇଁ ଗତକାଲି ମମତାଙ୍କୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ

ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ଏବଂ ତାଙ୍କୁ କଟକ ନିଆଯିବାକୁ ପରାମର୍ଶ ଦିଆଯାଇଥିଲା। ତେଣୁ ତାଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ, ପରିବାର ଏବଂ ସମ୍ପର୍କୀୟମାନେ ନ୍ୟାୟ ପାଇଁ ଆଜି ମୃତଦେହକୁ ସେଠାରେ ରଖି ହସ୍ପିଟାଲ ଗେଟ୍ ସମ୍ମୁଖରେ ପ୍ରତିବାଦ କରିଥିଲେ। ସେମାନେ ଏହି ଘଟଣା ପାଇଁ ଅନଭିଜ୍ଞ ଡାକ୍ତର ଏବଂ ଆଶା ଦିଦିଙ୍କୁ ଦାୟୀ କରିଥିଲେ। ପରିବାର ପକ୍ଷରୁ କୁଆଖିଆ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି। ସୂଚନା ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking