ଜୀବନରେ ସବୁବେଳେ ଛୋଟ ଛୋଟ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ, କାହିଁକି ନା ମନୁଷ୍ୟ ପାହାଡ଼ ଠାରୁ ନୁହେଁ, ବରଂ ପଥର ଠାରୁ ହିଁ ଝୁଣ୍ଟିଥାଏ ।
ଅସମୟରେ ଶହାନଭୂତି
ଦେଉଥୁବା ଲୋକଟି ନୁହେଁ
ଅସମୟରେ ଆପଣଙ୍କ ସାଥିରେ
ରହିଥିବା ଲୋକଟିକୁ ହଁ
ଜୀବନର ପ୍ରକୃତ ସାଥି ବୋଲି କୁହାଯାଏ ।
ଭଲ ପାଇଁ ଭଲ ରହିବା ଠିକ୍ କିନ୍ତୁ
ଖରାପ ପାଇଁ କଦାପି ଖରାପ ହୁଅନ୍ତୁନି…
କାରଣ ଆପଣ ପାଣିରେ
ରକ୍ତକୁ ସଫା କରିପାରିବେ
ରକ୍ତରେ..ରକ୍ତକୁ ନୁହେଁ…।
ଅନେକ ଲୋକ ପରକୁ ବିପଦରେ ପକାଇ, ତାହାର ସରଳତାର ସୁଯୋଗ ନେଇ ନିନ୍ଦିତ କରି ଖୁସି ମନାଇ ଥାନ୍ତି। ସେ ଖୁସି ଯେ ଅଳ୍ପ ଦିନର, ସେମାନେ ଜାଣି ନଥାନ୍ତି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ସେ ନିଜେ ପଡିବେ ବୋଲି। କାରଣ ଉପରବାଲା ସବୁ ଦେଖୁଛି। ଯିଏ ସତ ପଥରେ ଗତିକରେ ଭଗବାନ ତା ସାଥିରେ ଥାନ୍ତି।
ଭଲପାଅ ତାଙ୍କୁ ଯିଏ ତୁମକୁ ବିନା ଉଦେଶ୍ୟ ରଖି ଭଲପାଇବାକୁ ଚାହୁଁଛି, କାରଣ ଏ ଦୁନିଆରେ ଭଲପାଇବା ଲୋକ କମ ଓ କଷ୍ଟ ଦେଲା ଲୋକ ଅଧିକ ମିଳନ୍ତି ।
ମୁଁ ଚୁପ ରହିଛି ତା ମାନେ ନୁହେଁ ମୁଁ ଦୋଷ କରିଛି, ବେଳେବେଳେ Silence ବି Best Answer ହୋଇଥାଏ…. କେବଳ Timeକୁ ଅପେକ୍ଷା କରିଛି ।
ଦିବ୍ୟ ସମ୍ପଦର ଅନୁସନ୍ଧାନ କର, ଧରିତ୍ରୀର ତୁଚ୍ଛ ଧନକୁ ନୁହେଁ। ଆନ୍ତରିକ ସମ୍ପତ୍ତି ପାଇଲା ପରେ ତୁମେ ଅନୁଭବ କରିପାରିବ ଯେ ବାହ୍ୟ ସମ୍ପତ୍ତି ସଦା ସ୍ବତଃ ଆସୁଛି ।
କାହାକୁ ଶିକ୍ଷା ଦେବାକୁ ବ୍ୟକୁଳ ହୁଅନାହିଁ, ଯାହାର ଶିଖିବାର ଅଛି ସେ ତୁମ ପାଖକୁ ଅବଶ୍ୟ ଆସିବ। ଯେପରି ତୁମକୁ ଜ୍ଞାନ-ଭକ୍ତି ପ୍ରାପ୍ତ ହେବ, ଇଶ୍ୱରଙ୍କ ଠାରେ ମନ ଲାଗି ପାରିବ କେବଳ ସେହି ଉପାୟ କର ।
ମଣିଷ ମନକୁ ଜିତିବାର ସବୁଠାରୁ ବଡ ଅସ୍ତ୍ର ହେଲା ‘ବିନୟ ଭାବ” ବିନୟୀ ବ୍ୟକ୍ତି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରେ ।
ଜଣେ ବ୍ୟକ୍ତି ନିଜ ଜନ୍ମ ଦ୍ଵାରା ନୁହେଁ, ବରଂ ନିଜ କର୍ମ ଦ୍ଵାରା ମହାନ ହୋଇଥାଏ I
ଅଦ୍ୟ ନଭେମ୍ବର ମାସ ୦୭ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ମାର୍ଗଶୀର ମାସ- କୃଷ୍ଣ
ତିଥି-ଦ୍ଵିତୀୟା ଦିବା ଘ୧୧/୧୭ ଗତେ ତୃତୀୟା
ନକ୍ଷତ୍ର-ରୋହିଣୀ ରାତ୍ରି ଘ୦୧/୨୪ ଗତେ ମୃଗଶୀରା
ଚନ୍ଦ୍ର- ବୃଷ
ଯୋଗ- ପରିଘ
କରଣ – ଗର
ସୌରମାସ- ତୁଳା ୨୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୩୦
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୧୧/୧୭ ଗତେ ଅଗ୍ନିକୋଣେ
ବିଛା ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ଦ୍ଵିତୀୟା ର ଏକୋଦିଷ୍ଟ ଓ ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୪୨ଗତେ ଘ୧୧/୩୪ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୧ ମଧ୍ୟେ ଓ ଘ୦୭/୩୧ଗତେ ଘ୦୮/୪୧ ମଧ୍ୟେ ଓ ଘ୧୨/୧୮ ଗତେ ଘ୦୩/୩୨ ମଧ୍ୟେ ଓ ଘ୦୪/୧୯ ଗତେ ଘ୦୫/୦୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ବୋଇତିକଖରୁ ଦିବା ଘ୧୧/୧୭ ଗତେ ପୋଟଳ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
✧═════•❁❀❁•═════
ବୃଷ
: ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।
✧═════•❁❀❁•═════
ମିଥୁନ
: ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
✧═════•❁❀❁•═════
କର୍କଟ
: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
✧═════•❁❀❁•═════
ସିଂହ
ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
✧═════•❁❀❁•═════
କନ୍ୟା
କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ବଜାୟରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
✧═════•❁❀❁•═════
ତୁଳା
ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
✧═════•❁❀❁•═════
ବିଛା
: ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
✧═════•❁❀❁•═════
ଧନୁ
ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।
═════•❁❀❁•═════
ମକର
: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।
✧═════•❁❀❁•═════
କୁମ୍ଭ
: ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଧନଲାଭ ହୋଇପାରେ।
✧═════•❁❀❁•═════
ମୀନ
:ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଦୂରଯାତ୍ରାର ଯୋଗ ଅଛି।










