15.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’

ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’

ନୂଆପଡା: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋମନା ଉଦ୍ୟାନବନ୍ଧରେ ରୋଡ ଶୋ କଲେ ମୁଖ୍ୟମନ୍ତ୍ରୀ । ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ସାମିଲ ଅଛନ୍ତି । ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ରୋଡ ଶୋରେ ସାମିଲ ଅଛନ୍ତି । ସେହିପରି ନର୍ବାଚନ ପ୍ରଚାର ପାଇଁ ହଜାର ହଜାର ବିଜେପି ସମର୍ଥକ ଓ କର୍ମୀଙ୍କ ଭିଡ଼ ରହିଛି। ଗୁରୁବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନୂଆପଡ଼ା ବ୍ଲକ୍‌ରେ ବିଜେପି ପ୍ର‌ାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଉଭୟ ମୋହନ ଓ ବିଷ୍ଣୁଦେଓଙ୍କ ସଭା ସଫଳ କରିବାକୁ ବିଜେପି ନେତାମାନେ ଲାଗି ପଡିଛନ୍ତି।ବର୍ତ୍ତମାନ କୋମନା ବ୍ଲକ୍‌ ପାଇଁ ତିନିଟି ଯାକ ଦଳ ସ୍ବତନ୍ତ୍ର ରଣନୀତି କରି ଫୋକସ୍ କରୁଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଦୁଇଟି ବ୍ଲକ୍ ଓ ଦୁଇଟି ଏନ୍‌ଏସି ମଧ୍ୟରେ କୋମନାରେ ସର୍ବାଧିକ ଭୋଟର୍‌ ରହିଛନ୍ତି।  ଉପନିର୍ବ‌ାଚନକୁ ବିଜେଡି ସମ୍ମାନ ଭାବେ ନେଇଛି। ଏଣୁ ୭ ତାରିଖରେ ଦ୍ବିତୀୟଥର ପାଇଁ ନବୀନ ନୂଆପଡ଼ାକୁ ଆସି ପ୍ରଚାର କରିବେ। ଏହା ସହ ଖରିଆର୍‌ ରୋଡ୍‌ ଓ ନୂଆପଡ଼ା ଏନ୍‌ଏସିରେ ରୋଡ୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking