27.1 C
Bhubaneswar
Wednesday, February 4, 2026
Homeଓଡିଶାସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ନବମ ଶ୍ରାଦ୍ଧ ଦିବସ ପାଳିତ

ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ନବମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ରାଜନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର) ଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱରସ୍ଥିତ ଚେତନା କଲେଜ ଅଫ୍ ସ୍ପେଶାଲ୍ ଏଜୁକେସନ ଠାରେ ଆୟୋଜିତ ହୋଇଯାଇଛି। ଅମିୟ କୁମାର ଦାସ ଫାଉଣ୍ଡେସନ ଏବଂ କଳିଙ୍ଗ ଯୁବ ସେନାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚେତନା ଅନୁଷ୍ଠାନର ଦିବ୍ୟାଙ୍ଗମାନଙ୍କୁ ଖାଦ୍ୟ ପ୍ରଦାନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିସହିତ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ସମସ୍ତେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଲୁଲୁଙ୍କ ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ଅନନ୍ୟ ପ୍ରେରଣା ପ୍ରଦାନ କରିଥିଲା। ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯ୍ୟନ୍ତ ତାଙ୍କ ସହ ଯୋଡି ହୋଇରହିଥିଲି। ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁ ଆଗେଇ ନେବାରେ ଲୁଲୁଙ୍କର ରହିଥିଲା ବଳିଷ୍ଠ ଭୂମିକା ବୋଲି ଏହି କାର୍ଯ୍ୟକ୍ରମରେ କହିଛନ୍ତି ଶ୍ରୀ ଅମୀୟ ଦାସ। ଆହୁରି ମଧ୍ୟ ମୋର ଜୀବନ ଥିବା ପର୍ଯ୍ୟନ୍ତ ମୋର ପ୍ରିୟ ବନ୍ଧୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ଶ୍ରଦ୍ଧାଞ୍ଜଳି ଦେଇଆସୁଥିବି ବୋଲି ସେ କହିଛନ୍ତି।

ଏଠାରେ ସୂଚନାଥାଉକି, ଆଜିକୁ ଦୀର୍ଘ ନଅ ବର୍ଷ ହେବ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ଶ୍ରାଦ୍ଧ ଦିବସ ଅମିୟ କୁମାର ଫାଉଣ୍ଡେସନ ପାଳନ କରି ଆସୁଛି। ଲୁଲୁ ମହାପାତ୍ରଙ୍କ ସହ ଛାତ୍ର ଜୀବନରୁ ଜଡିତ ଥିବା ଅମୀୟ ଦାସ, ଲୁଲୁଙ୍କ ଦେହାନ୍ତ ପରେ ପ୍ରତିବର୍ଷ ତାଙ୍କୁ ସ୍ମରଣୀୟ ଭାବେ ପାଳନ କରନ୍ତି। ଲୁଲୁଙ୍କ ଶ୍ରାଦ୍ଧ ଦିବସରେ ଅମୀୟ ଦାସ ରକ୍ତଦାନ ଶିବିର, ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ ଦେବା, ଅସହାୟ ଲୋକମାନଙ୍କୁ ସାହାଯ୍ୟ ଯୋଗାଇ ସ୍ୱର୍ଗତ ଲୁଲୁଙ୍କ ଶ୍ରାଦ୍ଧ ଦିବସକୁ ସ୍ମରଣୀୟ କରିଥାନ୍ତି।

ଆଜିର କାର୍ଯ୍ୟକ୍ରମରେ ଚେତନାର ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଦିବ୍ୟାଙ୍ଗ ପିଲାମାନେ ନିଜର ଖୁସି ବ୍ୟକ୍ତ କରିଥିଲେ। ସ୍ୱର୍ଗତ ଲୁଲୁଙ୍କ ଭଳି ଅସମ୍ଭବତାକୁ ସମ୍ଭବ କରି ଦେଖାଇବା ଏବଂ ସାହସର ସହ ସାଲିସବିହୀନ ଜୀବନ ବଞ୍ଚିବା ନେଇ ପିଲାମାନେ ସଂକଳ୍ପ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଯୁବ ସେନାର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଦାସଙ୍କ ସମେତ ସ୍ମୃତି ରଂଜନ ଲେଙ୍କା, ଶୁଭଜିତ୍ ପଟ୍ଟନାୟକ, ଅଜିତ୍ ସାମଲ୍, ପ୍ରଭୁ ଦତ୍ତ ସାହୁ, ମନୋରଞ୍ଜନ ଛୋଟରାୟ, ସୁମନ୍ତ ସ୍ବାଇଁ, ସିଦ୍ଧାର୍ଥ ଦାସ୍, ଅମିତ୍ ଜେନା, ତ୍ରିଦେବ ରାଉତରାୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ କଳିଙ୍ଗ ଯୁବ ସେନାର ଥିବା ଗୋଶାଳାରେ ଗାଇମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking