24.1 C
Bhubaneswar
Saturday, March 28, 2026
Homeଓଡିଶାମା ପଦ୍ମିନୀ ଠାକୁରାଣୀଙ୍କ ମହାଯଜ୍ଞ ଶାସ୍ତ୍ରୀୟ ବିଧି ଅନୁଯାୟୀ ଅନୁଷ୍ଠିତ

ମା ପଦ୍ମିନୀ ଠାକୁରାଣୀଙ୍କ ମହାଯଜ୍ଞ ଶାସ୍ତ୍ରୀୟ ବିଧି ଅନୁଯାୟୀ ଅନୁଷ୍ଠିତ

ପିପିଲି: ପିପିଲି ପମସରା ଗ୍ରାମର ଆରାଧ୍ୟ ଦେବୀ ମା ପଦ୍ମିନୀ ଠାକୁରାଣୀଙ୍କ ମହାଯଜ୍ଞ ଶାସ୍ତ୍ରୀୟ ବିଧି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିପାଇଁ ଉତ୍ସବ ମୁଖର ହୋଇଉଠିଥିଲା ପମସରା ଗ୍ରାମ।ଶତାଧିକ ପୁରୁଷ ଓ ମହିଳା କଳସ ଧାରି ମାନେ ନିକଟସ୍ଥ ଦୟା ନଦୀ ରୁ ଜଳ କଳସ ଆଣି ଗ୍ରାମ ପରିକ୍ରମା କରିବା ପରେ ଯଥାବିଧି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ।ନାମଯଜ୍ଞ ରେ ପ୍ରକମ୍ପିତ ହୋଇଥିଲା ସ୍ଥାନୀୟ ଅଞ୍ଚଳ।ଏଥିରେ ଶୁଭ୍ରଜିତ୍ ଜେନା ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ବେଳେ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥଲେ।୫ଦିନ ବ୍ୟାପି ଚାଲିଥିବା ମହାଯଜ୍ଞ ରେ ପ୍ରତ୍ୟେକ ସନ୍ଧ୍ୟାରେ ସୁନାମ ଧନ୍ୟ କଳାକାର ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମୀନାବଜାର ମଜା ନେଇଥିଲେ ଜନ ସାଧାରଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking