17.1 C
Bhubaneswar
Wednesday, February 4, 2026
Homeଓଡିଶାକୋମନା ବ୍ଲକ ଠିକପାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତସଭା କରି ବିଜେପି ପାଇଁ ଭୋଟ ପ୍ରଚାର...

କୋମନା ବ୍ଲକ ଠିକପାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତସଭା କରି ବିଜେପି ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ରବି ନାୟକ

ନୂଆପଡ଼ା: ନୂଆପଡା ଉପ-ନିର୍ବାଚନ ଉପଲକ୍ଷେ କୋମନା ବ୍ଲକ ଠିକପାଲି ପଞ୍ଚାୟତ ଅନ୍ତର୍ଗତ ଯଟଗଡ, ବାବୁପାଲି, ସୁକଲିମୁଣ୍ଡି ଠାରେ ପଥପ୍ରାନ୍ତ ସଭା କରି ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାୟକ। ଠିକପାଲି ପଞ୍ଚାୟତବାସୀ ଏଥର ବିକାଶ ଧାରାରେ ଯୋଡିହେଵେ । ଏହି ଗଣତନ୍ତ୍ରର ପର୍ବରେ ଭାଗ ନେଇ ଟ୍ରିପଲ ଇଞ୍ଜିନ ସରକାର ଗଠନ ପାଇଁ ବିଜେପି ର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ ଶ୍ରୀ ନାୟକ। ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ପଥପ୍ରାନ୍ତ ସଭାରେ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସାଙ୍ଗରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ଶ୍ରୀ ରବିନ୍ଦ୍ର ନାରାୟଣ ବେହେରା ଙ୍କ ସହ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking