18.1 C
Bhubaneswar
Wednesday, February 4, 2026
Homeଓଡିଶାକେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କଟକରୁ ଏକ ଦୁଖଦ ଘଟଣା ସାମ୍ନାକୁ ଆସିଛି। କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛିସୂଚନା ଅନୁସାରେ, କିଶନ ନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗ୍ରାମର ନିଖୋଜ ଯୁବକ ଦିଲ୍ଲୀପ ଭୋଇ (୨୪)ର ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି। ରବିବାର ସକାଳୁ ଦିଲ୍ଲୀପଙ୍କ ମୃତଦେହ ତାଳଦଣ୍ଡା କେନାଲର ଅଇନିପୁର ସ୍ବାଇଁ ସାହି ନିକଟରୁ ମିଳିଥିଲା। କେନାଲରେ ମୃତଦେହ ଭାସୁଥିବା ଖବର ପାଇ ରଘୁନାଥପୁର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ଉଦ୍ଧାର କରିଥିଲେ। ଏହା ପରେ ଖବର ପାଇ ମୃତକଙ୍କ ପିତା ଦିବାକର ଭୋଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।

ତେବେ ପରିବାର ଲୋକେ ପୁଅକୁ ତାଙ୍କ ଦାଦା ପ୍ରମୋଦ ଭୋଇ ହତ୍ୟା କରିଛି ବୋଲି ଏତଲା ଦେଇଛନ୍ତି। ଏତଲା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ଶୁକ୍ରବାର ରାତିରୁ ଦିଲ୍ଲୀପ ନିଖୋଜ ଥିଲେ। ଦାଦା ପ୍ରମୋଦ ମଦ ପିଇବା ପାଇଁ ମୃତକଙ୍କୁ ଡାକି ନେଇଥିଲେ। ଶନିବାର ସକାଳେ ସୋମପୁର ନିକଟ ତାଳଦଣ୍ଡା କେନାଲରୁ ବାଇକ୍‌ ଉଦ୍ଧାର କରାଯିବା ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଥିଲା। ଶୁକ୍ରବାର ରାତିରେ ମଦ ପିଇବା ପାଇଁ ଦାଦାଙ୍କ ପାଖକୁ ଯାଉଛି କହି ଘରୁ ବାହାରିଥିଲେ। ରାତି ୯ଟାରେ ସ୍ତ୍ରୀ ବିଜୟଲକ୍ଷ୍ମୀ ଫୋନ୍‌ କରିଥିଲେ ସୁଦ୍ଧା ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଗତକାଲିଠାରୁ ଥାନାରେ ପ୍ରମୋଦଙ୍କୁ ଅଟକ ରଖିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking