ଭୁବନେଶ୍ୱର: ଶଙ୍କର ପୃଷ୍ଟି ଧରାପଡିବା ପରେ ସରକାରଙ୍କୁ ବିଜେଡିର ଟାର୍ଗେଟ । ଟାର୍ଗେଟ କଲେ ସାଂସଦ ସୁଲତା ଦେଓ ଓ ଲେନିନ ମହାନ୍ତି । ଚଟୁ ଆମିଷ ବେଣ୍ଟ ନିରାମିଷ ହେବା ଭଳି ଘଟଣା କହି ଟାର୍ଗେଟ କଲେ । ଏହା ସହ କହିଛନ୍ତି ଯେ ଯଦି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍ କଥା କହୁଛି ତଦନ୍ତ କରାନ୍ତୁ । କେବଳ ଶଙ୍କର ପୃଷ୍ଟିକୁ ଧରିଆଣି ନିଜକୁ ଦୋଷମୁକ୍ତ ବୋଲି ଭାବିବା ଠିକ୍ ନୁହେଁ । ନହେଲେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ । ସୂଚନାଯୋଗ୍ୟ ଯେ ଏସଆଇ ନିଯୁକ୍ତି ମହାଘୋଟାଲା ମାମଲାରେ ମାଷ୍ଟରମାଇଣ୍ଡ ଭାବେ ଗିରଫ ହେବା ପରେ ଆଜି ଶଙ୍କର ପୃଷ୍ଟି ପୋଲିସ ଏସଆଇ ନିଯୁକ୍ତି ମାମଲାରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । କହିଥିଲେ ଯେ ପୋଲିସ୍ ଏସଆଇ ନିଯୁକ୍ତି କେଳେଙ୍କାରୀରେ ହଜାରେ କୋଟିର ଡିଲ୍ ହୋଇଥିଲା । ବିଜେଡି ଆଡକୁ ଇଙ୍ଗିତ କରି କହିଥିଲେ ପୂର୍ବ ସରକାରରେ ଡିଲ୍ ହୋଇଥିଲା । ଶଙ୍କରଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି ।










