ଭଞ୍ଜନଗର: ଦନ୍ତା ହାତୀର ରକ୍ତାକ୍ତ ମୃତଦେହ ଠାବ ହୋଇଛି । ମୁଜାଗଡ ବନାଞ୍ଚଳ ବଣିଆପାଲି ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ପାଟିରୁ ରକ୍ତ ବାହାରୁଥିବାରୁ ଶିକାରୀ ଗୁଳି ବାଜିଥିବା ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଲେ ଡିଏଫଓ । ତେବେ ହାତୀକୁ କାହିଁକି କରାଗଲା ସେନେଇ ଏବେ ପ୍ରଶ୍ନ ଉଠୁଛି ।










