27.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ମହାପ୍ରଭୁଙ୍କ ଶେଷ ରାଧାଦାମୋଦର ବେଶ

ଆଜି ମହାପ୍ରଭୁଙ୍କ ଶେଷ ରାଧାଦାମୋଦର ବେଶ

ପୁରୀ: ଆଜି ମହାପ୍ରଭୁଙ୍କ ଶେଷ ରାଧାଦାମୋଦର ବେଶ ଉପଲକ୍ଷେ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି। ପବିତ୍ର କାର୍ତ୍ତିକ ମାସ ଆରମ୍ଭରୁ ପମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇ ଆସୁଥିଲା । ଆଜି ମହାପ୍ରଭୁଙ୍କ ଏହି ବେଶର ଶେଷ ଦିନ। ଚଳିତ ବର୍ଷ ୪ ଦିନ ପଞ୍ଚକ ପଡୁଥିବା ବେଳେ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ପାଞ୍ଚ ଦିନରେ ୫ଟି ବେଶ କରାଯିବା ପାଇଁ ପୂଜକ ସମିତି ପକ୍ଷରୁ ନିଷ୍ପତି କରାଯାଇଛି। ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସେହିଭଳି ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ୪ ତାରିଖରେ ଲଷ୍ମୀ ନୃସିଂହ ବେଶ ଓ ୫ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ଚଳିତବର୍ଷ ତିଥିରେ କ୍ଷୟ ପଡୁଥିବାରୁ ବାଙ୍କଚୁଡା ବେଶ ଅନୁଷ୍ଠିତ ହେବ ନାହିଁ। ମହାପ୍ରଭୁଙ୍କର ପଞ୍ଚୁକରେ ଏହି ବେଶ ଦର୍ଶନ ନେଇ ହଜାର ହଜାର ଭକ୍ତ ଓ ହବିଷ୍ୟାଳିଙ୍କ ଭିଡ଼ ଜମିବ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ସମେତ ୨ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୨୦ ଜଣ ଆଇଆଇସି  ସମେତ ୨୦୦ ରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking