ନୂଆପଡା / ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଛନ୍ତି ନେତା ମନ୍ତ୍ରୀ ସାଂସଦ ବିଧାୟକ ଦଳୀୟ ପଦାଧିକାରୀ । ସମାଜ ର ପ୍ରତ୍ୟେକ ବର୍ଗ ର ଲୋକଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବା ପାଇଁ ସମସ୍ତେ କରୁଛନ୍ତି ଉଦ୍ୟମ । ବିଭିନ୍ନ ସ୍ଥାନରେ ବିବିଧ କାର୍ଯ୍ୟକ୍ରମ ଜରିଆରେ ଚାଲିଛି ନିର୍ବାଚନୀ ପ୍ରଚାର । ଏହି ଅବସରରେ ଆଜି କୋମନା ବ୍ଲକ ରେ ଓଡ଼ିଶା ସରକାର ଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ନିର୍ବାଚନୀ ପ୍ରଚାର କରିଛନ୍ତି। ପ୍ରଥମେ କୋମନା ବ୍ଲକ ଅନ୍ତର୍ଗତ ରଜନା ପଞ୍ଚାୟତର ମତ୍ସ୍ୟଜିବି ପରିବାର ର ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ପରେ କୋମନା ବ୍ଲକ ନୂଆଗାଁ ଶକ୍ତି କେନ୍ଦ୍ର ସ୍ତରୀୟ ଦଳୀୟ ବୈଠକ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଗୁଡ଼ିକରେ ଉଭୟ କେନ୍ଦ୍ର ଓ ରାଜ୍ୟ ରେ ଚାଲୁଥିବା ବିଜେପି ସରକାର ର ବିଭିନ୍ନ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ବୁଝାଇଥିଲେ । ବିଜେପିର ସମର୍ଥନରେ ନୂଆପଡ଼ାର ବିକାଶ ନିହିତ ଓ ବିଜେପି ହିଁ ନୂଆପଡ଼ା ର ବିକାଶ କରିବ ବୋଲି ଲୋକଙ୍କ ବିଶ୍ଵାସ ରହିଛି ଓ ଆପଣମାନେ ମଧ୍ୟ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରାନ୍ତୁ ବୋଲି ଅନୁରୋଧ କରିଥିଲେ । ଶକ୍ତି କେନ୍ଦ୍ର ସ୍ତରୀୟ କର୍ମୀ ସମ୍ମିଳନୀ ରେ ଦଳୀୟ କର୍ମକର୍ତ୍ତା ଙ୍କୁ ଦଳ ପ୍ରତି ସମର୍ପିତ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ଵାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମଗୁଡ଼ିକ ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଢ଼ ଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।










