19.1 C
Bhubaneswar
Sunday, February 15, 2026
Homeଓଡିଶାସୂଚନା ଓ ଲୋକସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ

ସୂଚନା ଓ ଲୋକସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ

ଭୁବନେଶ୍ୱର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ଦେଶର ଏକତା ଅକ୍ଷୁଣ୍ଣ ରଖିବାରେ ସହାୟକ ହୋଇଥିଲା । ତାଙ୍କ ସମର୍ପିତ ଜୀବନ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରତ୍ୟେକ ନାଗରିକ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାର ଆବଶ୍ୟକତା ରହିଛି ବୋଲି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ ।

ଶପଥ ପାଠ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର ସିଂ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ ସେକ୍‌ କଲାମ ଉଦ୍ଦିନ୍‌, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ, ଶ୍ରୀ ଅଶ୍ୱିନୀ କୁମାର ଭୋଇଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking