18.1 C
Bhubaneswar
Thursday, February 12, 2026
Homeଓଡିଶାଜଟାଧାର ମୁହାଣ ବାଲିଯାତ୍ରା ବନ୍ଦ

ଜଟାଧାର ମୁହାଣ ବାଲିଯାତ୍ରା ବନ୍ଦ

ଜଗତସିଂହପୁର: ଜଟାଧାର ମୁହାଣ ବାଲିଯାତ୍ରା ବନ୍ଦ। ଲାଗିଲା ଧାରା ୧୬୩ । ପୁଣି ଥରେ ବନ୍ଦ ହେଲା ଜଟାଧାର ମୁହାଣ ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ । ୨୦୨୪ ରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି । ଚଳିତ ବର୍ଷ ଯଦି ଏହି ମହୋତ୍ସବ ଆୟୋଜିତ ହୁଏ ତେବେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଆଶଙ୍କା କରି ଅଭୟଚାନ୍ଦପୁର ଥାନା ଅଧିକାରୀ ଏକ ଚିଠି ଜିଲ୍ଲା ପ୍ରଶାସନକୁ ଦେଇଥିଲେ । ଅଭୟଚାନ୍ଦପୁର ଥାନା ଅଧିକାରୀ ତାଙ୍କ ରିପୋର୍ଟରେ ବୋସକାଲିସ୍ ପଏଣ୍ଟ ଅଞ୍ଚଳରେ ଢିଙ୍କିଆ ସରପଞ୍ଚ ପିଙ୍କି ଦାସ, ତାଙ୍କ ସ୍ଵାମୀ ନୂତନ ଦାସ, ଜେଏସଡବ୍ଲ୍ୟୁ ବିରୋଧୀ ନେତା ମୁରଲୀଧର ସାହୁ, ଦେବେନ୍ଦ୍ର ସ୍ୱାଇଁ, ପ୍ରଦୀପ୍ତ ଶତପଥି ପ୍ରମୁଖ ଜଟାଧାର ମୁହାଣ ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ଆୟୋଜନ କରିବା ପାଇଁ ଚେଷ୍ଟା କରୁଥିଲେ ।  ଗତ ରବିବାର ଦିନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପତ୍ର ସଂଖ୍ୟା ୨୮/୨୦୨୫ରେ ଢିଙ୍କିଆ ଗ୍ରାମ ପଞ୍ଚାୟତ ପଡିଆଠାରୁ ଫୁଲଖାଇ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳରେ ଭାରତୀୟ ନାଗରିକ ସଂହିତାର ଧାରା ୧୬୩ ଜାରୀ କରାଯାଇଥିଲା । ଫଳରେ ଏଠାରେ କୌଣସି ସଭାସମିତି ଓ ୫ ଜଣରୁ ଅଧିକ ଲୋକ ଏକଜୁଟ୍ ହେବା ଉପରେ ରୋକ୍ ଲଗାଯାଇଥିଲା । ଏହା ୨୭ଅକ୍ଟୋବର ଠାରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ଲାଗୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking