21.1 C
Bhubaneswar
Thursday, February 12, 2026
Homeଓଡିଶାରାଷ୍ଟ୍ରୀୟ ଏକତା ଦିବସରେ ପିଏମଙ୍କ ବାର୍ତ୍ତା

ରାଷ୍ଟ୍ରୀୟ ଏକତା ଦିବସରେ ପିଏମଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଏକତା ଦିବସରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କଂଗ୍ରେସ ଦଳକୁ ଟାର୍ଗେଟ କରି ଶୁକ୍ରବାର ଦିନ କହିଛନ୍ତି ଯେ କଂଗ୍ରେସର ଭୁଲ ଯୋଗୁଁ ଜମ୍ମୁ-କାଶ୍ମୀରର ଏକ ଅଂଶ ପାକିସ୍ତାନକୁ ଗଲା।”କାଶ୍ମୀର ଧାରା 370ର ଶିକୁଳିରୁ ମୁକ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲ ହୋଇଛି। ସମଗ୍ର ବିଶ୍ୱ ଅପରେସନ ସିନ୍ଦୁରରେ ଦେଖିଛି ଯେ ଯଦି କେହି ଆଜି ଭାରତକୁ ଆଖି ଉଠାଇବାକୁ ସାହସ କରେ, ତେବେ ଭାରତ ସେମାନଙ୍କ ଉପରେ ଆକ୍ରମଣ କରିବ। ଭାରତର ପ୍ରତିକ୍ରିୟା ସର୍ବଦା ଅଧିକ ବଡ଼ ଏବଂ ନିର୍ଣ୍ଣାୟକ। ଏହା ଭାରତର ଶତ୍ରୁମାନଙ୍କ ପାଇଁ ଏକ ବାର୍ତ୍ତା।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ସର୍ଦ୍ଦାର ସାହେବ ଦେଶର ସାର୍ବଭୌମତ୍ୱକୁ ସବୁକିଛି ଉପରେ ସ୍ଥାନ ଦେଇଥିଲେ । ଦୁର୍ଭାଗ୍ୟବଶତଃ, ତାଙ୍କ ମୃତ୍ୟୁ ପରେ ବର୍ଷଗୁଡ଼ିକରେ, ସେତେବେଳର ସରକାରଗୁଡ଼ିକ ଦେଶର ସାର୍ବଭୌମତ୍ୱ ପ୍ରତି ସମାନ ଗମ୍ଭୀରତାର ଅଭାବ ରଖିଥିଲେ। କାଶ୍ମୀରରେ ହୋଇଥିବା ଭୁଲ, ଉତ୍ତର-ପୂର୍ବରେ ଉପୁଜିଥିବା ସମସ୍ୟା ଏବଂ ଦେଶସାରା ବୃଦ୍ଧି ପାଇଥିବା ନକ୍ସଲ-ମାଓବାଦୀ ଆତଙ୍କବାଦ ଦେଶର ସାର୍ବଭୌମତ୍ୱ ପ୍ରତି ସିଧାସଳଖ ଚ୍ୟାଲେଞ୍ଜ ଥିଲା । ଆହୁରି କହିଛନ୍ତି, “ଆଜି ଦେଶର ଏକତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅନୁପ୍ରବେଶକାରୀଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦର ସମ୍ମୁଖୀନ ହେଉଛି। ବିଦେଶୀ ଅନୁପ୍ରବେଶକାରୀମାନେ ଦଶନ୍ଧି ଧରି ଦେଶରେ ପ୍ରବେଶ କରି ସମ୍ପଦ ହଡ଼ପ କରୁଛନ୍ତି, ଜନସଂଖ୍ୟାଗତ ସନ୍ତୁଳନକୁ ବିପର୍ଯ୍ୟସ୍ତ କରୁଛନ୍ତି ଏବଂ ଦେଶର ଏକତାକୁ ବିପଦରେ ପକାଇଛନ୍ତି। କିନ୍ତୁ, ପୂର୍ବ ସରକାରଗୁଡ଼ିକ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ଆଖି ବୁଜି ଦେଇଥିଲେ। ଭୋଟ-ବ୍ୟାଙ୍କ ରାଜନୀତି ପାଇଁ ଜାତୀୟ ସୁରକ୍ଷାକୁ ଜାଣିଶୁଣି ବିପଦରେ ପକାଇ ଦିଆଯାଇଥିଲା।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking